ନୂଆଦିଲ୍ଲୀ: ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର। ବୁଧବାର ଇକ୍ୱିଟି ବେଞ୍ଚମାର୍କ ସେନସେକ୍ସ 197 ପଏଣ୍ଟରୁ ଅଧିକ ବୃଦ୍ଧି ପାଇଛି। ଯାହା ନିବେଶକଙ୍କ ମୁହଁରେ ଖୁସି ଆଣି ଦେଇଛି। ପ୍ରାରମ୍ଭିକ ବାଣିଜ୍ୟରେ ବିଏସଇ ସେନସେକ୍ସ 197.33 ପଏଣ୍ଟ ବୃଦ୍ଧି ପାଇ 35,113.13 ଥିବାବେଳେ ଏନଏସଇ ନିଫ୍ଟି 47.35 ପଏଣ୍ଟ ବୃଦ୍ଧି ପାଇ 10,349.45 ରେ ପହଞ୍ଚିଛି।
ସେନ୍ସେକ୍ସ ପ୍ୟାକ୍ ରେ ଆଇଟିସି ସର୍ବାଧିକ ଲାଭକାରୀ ହୋଇ ପ୍ରାୟ 2 ପ୍ରତିଶତ ବୃଦ୍ଧି ପାଇଥିଲା, ତା’ପରେ ଆକ୍ସିସ୍ ବ୍ୟାଙ୍କ, ଏଚଡିଏଫସି, ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଏସବିଆଇ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ରହିଥିଲା।