ଓଡିଶା

odisha

ETV Bharat / business

ଧରାଶାୟୀ ସେୟାର ବଜାର, ଲଗାତାର 3 ଦିନ ହ୍ରାସ ଜାରି - ବଜାର ବନ୍ଦ

ବୈଶ୍ବିକ ସେୟାର ବଜାରରେ ଦୁର୍ବଳ ସଙ୍କେତ ଓ ସେୟାରର ଅଧିକ ମୂଲ୍ୟାଙ୍କନକୁ ଦେଖି ନିବେଶ ବିପଦପୂର୍ଣ୍ଣ ଆସେଟରୁ ଦୂରେଇଛନ୍ତି । ଆଜି ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀର ସେୟାରରେ ଭାରି ସେଲଅଫ ଦେଖିବାକୁ ମିଳିଛି ।

ଧରାଶାୟୀ ସେୟାର ବଜାର,  ଲଗାତାର 3 ଦିନ ହ୍ରାସ ଜାରି
ଧରାଶାୟୀ ସେୟାର ବଜାର, ଲଗାତାର 3 ଦିନ ହ୍ରାସ ଜାରି

By

Published : Feb 18, 2021, 6:57 PM IST

ନୂଆଦିଲ୍ଲୀ: ଘରୋଇ ସେୟାର ବଜାରରେ ଗୁରୁବାର ରେଡ ଆଲର୍ଟରେ ବନ୍ଦ ହୋଇଛି । ଆଜିକୁ ମିଶାଇ ଲଗାତାର ତୃତୀୟ ଦିନରେ ସେୟାର ସୂଚକାଙ୍କ ଖସିଛି । ସେନସେକ୍ସ 380 ପଏଣ୍ଟ ଖସିଥିବା ବେଳେ ନିଫ୍ଟି ବି ତଳମୁହାଁ ରହିଛି ।

ବୈଶ୍ବିକ ସେୟାର ବଜାରରେ ଦୁର୍ବଳ ସଙ୍କେତ ଓ ସେୟାରର ଅଧିକ ମୂଲ୍ୟାଙ୍କନକୁ ଦେଖି ନିବେଶ ବିପଦପୂର୍ଣ୍ଣ ଆସେଟରୁ ଦୂରେଇଛନ୍ତି । ବ୍ୟାଙ୍କ ଓ ଫାଇନାନ୍ସ କମ୍ପାନୀର ସେୟାରରେ ଭାରି ସେଲଅଫ ଦେଖିବାକୁ ମିଳିଛି । ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 379.14 ପଏଣ୍ଟ କମି 51,324.69 ପଏଣ୍ଟରେ ବନ୍ଦ ହୋଇଛି । ଏଭଳି ଭାବେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 89.95 ପଏଣ୍ଟ କମି 15,118.95 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସ ସେୟାରରେ ସର୍ବାଧିକ କ୍ଷତିରେ ବଜାଜ ଫାଇନାନ୍ସ ରହିଛି । ଏଥିରେ 2.43 ପ୍ରତିଶତ ହ୍ରାସ ଦେଖାଦେଇଛି । ଏହା ବ୍ୟତୀତ କୋଟାକ ବ୍ୟାଙ୍କ, ନେସଲେ ଇଣ୍ଡିଆ, ଏଚଡିଏଫସି , ଏଚଡିଏଫସି ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା , ଆଇସିଆଇସିଆଇ ବ୍ୟାଙ୍କରେ ବି ହ୍ରାସ ରହିଛି । ଅନ୍ୟପଟେ ଓଏନଜିସିକୁ ସର୍ବାଧିକ 8.32 ପ୍ରତିଶତ ଲାଭ ହୋଇଛି । ଏହା ବ୍ୟତିତ ଲାଭରେ ରହିଥିବା ଅନ୍ୟ ସେୟାରରେ ଏନଟିପିସି, ଏସିଆନ ପେଣ୍ଟସ , ଟେକ ମହିନ୍ଦ୍ରା, ପାୱାରଗ୍ରୀଡ ଓ ଇଣ୍ଡସଇଣ୍ଡ ବ୍ୟାଙ୍କ ସାମିଲ ଅଛି । ଅଶୋଧିତ ତୈଳ ଦାମରେ ବୃଦ୍ଧି ସହ ମୁଦ୍ରାସ୍ପୀତି ବଢିବା ଚିନ୍ତାରେ ବୈଶ୍ବିକ ବଜାରରେ ହ୍ରାସ ଦେଖାଦେଇଛି ।

ABOUT THE AUTHOR

...view details