ଓଡିଶା

odisha

ETV Bharat / business

ସେନସେକ୍ସର 529 ପଏଣ୍ଟ ଲମ୍ଫ, 13700 ଉପରେ ନିଫ୍ଟି

ଲଗାତାର ତୃତୀୟ ଦିନରେ ବଜାର ପ୍ରଫିଟରେ ବନ୍ଦ ହୋଇଛି । ଆଜି କାରବାର ଶେଷ ସମୟରେ ସେନସେକ୍ସ 529 ପଏଣ୍ଟ ଚଢି ବନ୍ଦ ହୋଇଛି । ଅଧିକ ପଢନ୍ତୁ..

By

Published : Dec 24, 2020, 9:22 PM IST

ସେନସେକ୍ସର 529 ପଏଣ୍ଟ ଲମ୍ଫ,  13,700 ଉପରେ ନିଫ୍ଟି
ସେନସେକ୍ସର 529 ପଏଣ୍ଟ ଲମ୍ଫ, 13,700 ଉପରେ ନିଫ୍ଟି

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ସେୟାର ବଢିବା ଦ୍ବାରା ସେୟାର ବଜାରରେ ଅଭିବୃଦ୍ଧି ଜାରି ରହିଛି । ଗୁରୁବାରକୁ ଲଗାତାର ତୃତୀୟ ଦିନରେ ବଜାର ପ୍ରଫିଟରେ ବନ୍ଦ ହୋଇଛି । ଏହି ଅବଧିରେ କାରବାର ଶେଷ ସମୟରେ ସେନସେକ୍ସ 529 ପଏଣ୍ଟ ଚଢି ବନ୍ଦ ହୋଇଛି । ସକରାତ୍ମକ ବୈଶ୍ବିକ ସଙ୍କେତ ଦ୍ବାରା ମଧ୍ୟ ବଜାର ଧାରଣାକୁ ବଳ ମିଳିଛି ।

ସେନସେକ୍ସ-ନିଫ୍ଟି ସ୍ଥିତି

ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେନସେକ୍ସ 529.36 ପଏଣ୍ଟ ବୃଦ୍ଧି ପାଇ 46,973.54 ପଏଣ୍ଟରେ ବନ୍ଦ ହୋଇଛି । ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି 148.15 ପଏଣ୍ଟ ଉଛୁଳି 13,749.25 ପଏଣ୍ଟରେ ପହଞ୍ଚିଛି ।

ସେନସେକ୍ସରେ ସାମିଲ କମ୍ପାନୀ ମଧ୍ୟରେ ଆକ୍ସିସ ବ୍ୟାଙ୍କ ସେୟାର ସବୁଠୁ ଅଧିକ ପ୍ରାୟ 3 ପ୍ରତିଶତ ଉଛୁଳିଛି । ସନ ଫାର୍ମା , ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଓଏନଜିସି, ଏଚଡିଏଫସି , ଆଇସିଆଇସିଆଇ ବ୍ୟାଙ୍କ, କୋଟାକ ବ୍ୟାଙ୍କ ଓ ଭାରତୀ ଏୟାରଟେଲ ସେୟାର ମଧ୍ୟ ଲାଭରେ ରହିଛି ।

ଅନ୍ୟପଟେ ଇମ୍ଫୋସିସ, ଇଣ୍ଡସାଇଣ୍ଡ ବ୍ୟାଙ୍କ, ଏଚସିଏଲ ଟେକ, ନେସଲେ ଇଣ୍ଡିଆ ଓ ଟେକ ମହିନ୍ଦ୍ରା ସେୟାର ହ୍ରାସ ହୋଇଛି ।

ଏଥିମଧ୍ୟରେ ବୈଶ୍ବିକ ବେଞ୍ଚମାର୍କ ବ୍ରେଣ୍ଟ ଅଶୋଧିତ ତୈଳ ହ୍ରାସ ହୋଇ ବ୍ୟାରେଲ ପ୍ରତି 51.04 ଡଲାରରେ ପହଞ୍ଚିଛି ।

ABOUT THE AUTHOR

...view details