ଓଡିଶା

odisha

By

Published : Sep 20, 2019, 4:54 PM IST

ETV Bharat / business

ଦଶନ୍ଧିର ଦିନିକିଆ ବୃଦ୍ଧି, ମାଲାମାଲ ନିବେଶକ

ରକେଟ ବେଗରେ ବଢିଛି ସେୟାର ସୂଚକାଙ୍କ । ଶୁକ୍ରବାର ଉଭୟ ସେନସେକ୍ସ ଓ ନିଫ୍ଟି ସର୍ବାଧିକ ଦିନିକିଆ ବୃଦ୍ଧି ସହ 10 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ କାରବାର ବନ୍ଦ କରିଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀଙ୍କ କର୍ପୋରେଟ ଟିକସ ହ୍ରାସ ଘୋଷଣା ପରେ ସେୟାର ବଜାରରେ ଖୁସିର ଲହରୀ । ରକେଟ ବେଗରେ ବଢିଛି ସେୟାର ସୂଚକାଙ୍କ । ଶୁକ୍ରବାର ଉଭୟ ସେନସେକ୍ସ ଓ ନିଫ୍ଟି ସର୍ବାଧିକ ଦିନିକିଆ ବୃଦ୍ଧି ସହ 10 ବର୍ଷର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ପହଞ୍ଚିଛନ୍ତି ।


ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 1,921.15ପଏଣ୍ଟ ବଢି 38,014.62 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 570.65 ପଏଣ୍ଟର ଅଭିବୃଦ୍ଧି ସହ 11,275.45 କାରବାର ବନ୍ଦ ହୋଇଛି ।

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ ଟିକସ 30 ହ୍ରାସ କରି 22 ପ୍ରତିଶତ କରିଛନ୍ତି । ଏଥିସହ ମିନିମମ ଅଲ୍ଟନେଟ ଟିକସ(MAT) ହଟାଇବାକୁ ଘୋଷଣା କରିଛନ୍ତି । ସେହିପରି ବିନିର୍ମାଣ କମ୍ପାନୀଗୁଡିକ ପାଇଁ କର୍ପୋରେଟ ଟିକସ 25କୁ କମାଇ 15 ପ୍ରତିଶହ ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତି ଅର୍ଥବ୍ୟବସ୍ଥାକୁ ନୂଆ ରାହା ଦେଖାଇଛି । ଏବେ ଦେଶରେ ନିବେଶ ବଢିବା ସହ ନିଯୁକ୍ତି ବୃଦ୍ଧି ପାଇବ । ଏହି ଆଶାରେ ବଜାରରେ ପ୍ରି ଦିପାବଳୀ ସେଲିବ୍ରେସନ ହୋଇଛି ।

ABOUT THE AUTHOR

...view details