ଓଡିଶା

odisha

By

Published : Nov 10, 2020, 10:28 AM IST

ETV Bharat / business

ବିହାର ଜନାଦେଶ: ବଜାରରେ ସେନସେକ୍ସ ଓ ନିଫ୍ଟିର କାରବାର ବୃଦ୍ଧି

2020 ବିହାର ନିର୍ବାଚନର ଫଳାଫଳ ପୂର୍ବରୁ ବଜାର କାରବାର ଉପରେ ସକରାତ୍ମକ ପ୍ରଭାବ ପଡିଛି । ପ୍ରାରମ୍ଭିକ ବଜାରରେ ସେନସେକ୍ସ 110.14 ପଏଣ୍ଟ ଓ ନିପ୍ଟି 26.0 ପଏଣ୍ଟ ବୃଦ୍ଧି ପାଇଛି । ଅଧିକ ଖବର ପଢନ୍ତୁ...

ବିହାର ଜନାଦେଶ: ବଜାରରେ ସେନସେକ୍ସ ଓ ନିଫ୍ଟିର କାରବାର ଭଲ
ବିହାର ଜନାଦେଶ: ବଜାରରେ ସେନସେକ୍ସ ଓ ନିଫ୍ଟିର କାରବାର ଭଲ

ନୂଆଦିଲ୍ଲୀ: ଦ୍ବିତୀୟ ଦିନରେ ଉଛୁଳିଲା ସେୟାର ମାର୍କେଟ । ଆରମ୍ଭରୁ ସେନସେକ୍ସ ଓ ନିଫ୍ଟି କାରବାର ଭଲ କରିଛି । 2020 ବିହାର ନିର୍ବାଚନର ଫଳାଫଳ ପୂର୍ବରୁ ବଜାର କାରବାର ଉପରେ ସକରାତ୍ମକ ପ୍ରଭାବ ପଡିଛି । ସେହିପରି ସୋମବାର ମଧ୍ୟ ଆମେରିକାରେ ଜୋ ବାଇଡେନଙ୍କ ଅଧ୍ୟକ୍ଷତାରେ ନିବେଶକମାନେ ଉନ୍ନତ ବାଣିଜ୍ୟ ସଂପର୍କରେ ଆଗ୍ରହ ପ୍ରକାଶ କରିବା ସହ ବଜାର କାରବାର ଭଲ ହୋଇଥିଲା ।

ପ୍ରାରମ୍ଭିକ ବଜାରରେ ସେନସେକ୍ସ 110.14 ପଏଣ୍ଟ ବା 42,707.57 ଓ ଏନଏସଇ ନିପ୍ଟି 26.0 ବା 12.487.10 ରେ ପହଁଞ୍ଚିଛି । ବିହାରରେ 243 ସିଟି ପାଇଁ ଭୋଟ ଗଣତି ଆରମ୍ଭ ହୋଇଯାଇଛି ।

ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ବିହାର ବିଧାନସଭା ନିର୍ବାଚନ 2020 ରେ 243 ଆସନ ପାଇଁ ଭୋଟ୍ ଗଣନା ଆଜି (ନଭେମ୍ବର 10, 2020) ଘୋଷଣା କରାଯିବ । କୋରୋନାଭାଇରସ୍ ପାଇଁ ଏଥର ଫଳାଫଳ ଘୋଷଣା ଭିନ୍ନ ହେବ । ଯାହା ଚୂଡ଼ାନ୍ତ ଫଳାଫଳ ପ୍ରକାଶନରେ କିଛି ବିଳମ୍ବ ହେବାର ସମ୍ଭାବନା ଅଛି । ସେନସେକ୍ସ 42,836.30 ରେ 239 ପଏଣ୍ଟ ଅଧିକ ଖୋଲିଥିବାବେଳେ ନିଫ୍ଟି 12,526.40 ରେ 65 ପଏଣ୍ଟ ଅଧିକ ଖୋଲିଛି ।

ABOUT THE AUTHOR

...view details