ଓଡିଶା

odisha

By

Published : Apr 16, 2021, 11:53 AM IST

ETV Bharat / business

ବଜାର କାରବାର ବୃଦ୍ଧି; ସେନସେକ୍ସ 150 ପାର

ବଜାରରେ କାରବାର ଉତ୍ସାହଜନକ। ବିଏସଇ ସେନସେକ୍ସ 160.43 ପଏଣ୍ଟ ବଢି 48,964.11ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 63.35 ବଢି 14,644.80ରେ ପହଁଞ୍ଚିଛି। ଅଧିକ ପଢନ୍ତୁ...

ବଜାର କାରବାର ବୃଦ୍ଧି; ସେନସେକ୍ସ 150 ପାର
ବଜାର କାରବାର ବୃଦ୍ଧି; ସେନସେକ୍ସ 150 ପାର

ମୁମ୍ବାଇ: ବଜାରରେ କାରବାର ଉତ୍ସାହଜନକ। ଇକ୍ବିଟି ବେଞ୍ଚମାର୍କ ସେନସେକ୍ସ ଶୁକ୍ରବାର ଅଧିକ ବଢିବା ସହ ଭଲ କାରବାର କରିଛି। ବିଶ୍ବ ବଜାରରୁ ସକରାତ୍ମକ ସୂଚକାଙ୍କ ମଧ୍ୟରେ ଇଣ୍ଡେକ୍ସ ମେଜର, ଏଚ୍ଡିଏଫସି ଟ୍ବିନ, ଏସିଆନ୍ ପେଣ୍ଟସ୍ ଏବଂ ଏଚସିଏଲ୍ ଟାକ୍ ଲାଭ ହାସଲ କରିଛି।

ବିଏସଇ ସେନସେକ୍ସ 160.43 ପଏଣ୍ଟ ବଢି 48,964.11ରେ ପହଁଞ୍ଚିଥିବା ବେଳେ ଏନଏସଇ ନିଫ୍ଟି 63.35 ବଢି 14,644.80ରେ ପହଁଞ୍ଚିଛି। ସେନସେକ୍ସ ପ୍ୟାକରେ ସର୍ବାଧିକ ଲାଭକାରୀ ସଂସ୍ଥା ମାନେ ହେଲେ ଏସୀୟ ପେଣ୍ଟସ୍, ଏଚସିଏଲ ଟେକ୍, ଏଚ୍ଡିଏଫସି , ଟେକ୍ ମହିନ୍ଦ୍ରା, ଏମ ଆଣ୍ଡ ଏମ୍। ଅନ୍ୟପକ୍ଷରେ ଆଇସିଆଇସିଆଇ ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍ରି, ବଜାଜ ଫାଇନାସ୍ସ ଏବଂ ଆକ୍ସିସ ବ୍ୟାଙ୍କ ଅନ୍ୟତମ।

ପୂର୍ବ ଅଧିବେଶନରେ, ସେନ୍ସେକ୍ସ 259.62 ପଏଣ୍ଟ ବୃଦ୍ଧି ପାଇ 48,803.68 ରେ ପହଁଞ୍ଚିଥିବା ବେଳେ ନିଫ୍ଟି 76.65 ପଏଣ୍ଟ ବଢି 14,581.45ରେ କାରବାର ବନ୍ଦ କରିଛି । ଅସ୍ଥାୟୀ ବିନିମୟ ତଥ୍ୟ ଅନୁଯାୟୀ ବିଦେଶୀ ଅନୁଷ୍ଠାନ ନିବେଶକମାନେ ଗୁରୁବାର ଦିନ 979.70 କୋଟି ଟଙ୍କା ମୂଲ୍ୟର ସେୟାର କ୍ରୟ କରିଥିବାରୁ ପୁଞ୍ଜି ବଜାରରେ ନେଟ କ୍ରେତା ଥିଲେ।

ABOUT THE AUTHOR

...view details