ଓଡିଶା

odisha

ବ୍ୟାଙ୍କିଂ ଷ୍ଟକ୍ ରାଲି ସହ ସେନସେକ୍ସ କାରବାର 517 ପଏଣ୍ଟ ବୃ୍ଦ୍ଧି

By

Published : Jun 8, 2020, 11:41 AM IST

ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର। ବିଏସଇ ସେନସେକ୍ସ 517.22 ପଏଣ୍ଟ ବୃଦ୍ଧି ପାଇ 34,804.46 ଥିବାବେଳେ ଏନଏସଇ ନିଫ୍ଟି 154.95 ପଏଣ୍ଟ 10,297.10 କୁ ବୃଦ୍ଧି ପାଇଛି ।

ବ୍ୟାଙ୍କିଂ ଷ୍ଟକ୍ ରାଲି ସହ ସେନସେକ୍ସ କାରବାର 517 ପଏଣ୍ଟ ବୃ୍ଦ୍ଧି
ବ୍ୟାଙ୍କିଂ ଷ୍ଟକ୍ ରାଲି ସହ ସେନସେକ୍ସ କାରବାର 517 ପଏଣ୍ଟ ବୃ୍ଦ୍ଧି

ନୂଆଦିଲ୍ଲୀ: ସବୁଜ ସଙ୍କେତରେ ଖୋଲିଲା ସେୟାର ବଜାର। ସୋମବାର ବ୍ୟାଙ୍କିଂ ଷ୍ଟକ୍ ରାଲିରେ ଉତ୍ତମ କାରବାର ସହ ବଜାର ଖୋଲିଛି। ତେବେ ପ୍ରାରମ୍ଭିକ ବାଣିଜ୍ୟରେ ବିଏସଇ ସେନସେକ୍ସ 517.22 ପଏଣ୍ଟ ବୃଦ୍ଧି ପାଇ 34,804.46 ଥିବାବେଳେ ଏନଏସଇ ନିଫ୍ଟି 154.95 ପଏଣ୍ଟ 10,297.10 କୁ ବୃଦ୍ଧି ପାଇଛି ।

ସେନସେକ୍ସ ପ୍ୟାକ୍ ପ୍ରମୁଖ ଲାଭକାରୀମାନେ ହେଲେ ଇଣ୍ଡୁସ୍ ଇଣ୍ଡିଆ ବ୍ୟାଙ୍କ, ବଜାଜ ଫାଇନାନ୍ସ, ଆକ୍ସିସ୍ ବ୍ୟାଙ୍କ, ଏସବିଆଇ, ଟାଇଟାନ, ଏଲଟି, ଆଇସିଆଇସିଆଇ ବ୍ୟାଙ୍କ, ଓଏନଜିସି, ଏଚଡିଏଫସି ବ୍ୟାଙ୍କ, ଟାଟା ଷ୍ଟିଲ, ଆରଏଲ ଏବଂ କୋଟାକ୍ ବ୍ୟାଙ୍କ 7.41 ପ୍ରତିଶତକୁ ବୃଦ୍ଧି ପାଇଛି। ଟ୍ରେଣ୍ଡକୁ ଖଣ୍ଡନ କରି ସନ୍ ଫାର୍ମା, ଏଚସିଏଲ ଟେକ୍, ବାର୍ଟି ଏୟାରଟେଲ ଏବଂ ନେଷ୍ଟଲେ କ୍ଷୟକ୍ଷତିର ଆକଳନ କରି 1.02 ପ୍ରତିଶତକୁ ଖସି ଆସିଛି।

ଶୁକ୍ରବାର ପୂର୍ବ ଅଧିବେଶନରେ, ବିଏସଇ ସେନସେକ୍ସ 306.54 ପଏଣ୍ଟ କିମ୍ବା 0.90 ପ୍ରତିଶତ ବୃଦ୍ଧି ପାଇ 34,287.24 ରେ ବନ୍ଦ ହୋଇଥିବାବେଳେ ଏନଏସଇ ନିଫ୍ଟି 113.05 ପଏଣ୍ଟ ରୁ10,142.15 କୁ ବୃଦ୍ଧି ପାଇଛି ।

ଜାପାନ ବାହାରେ ଏସିଆ-ପାସିଫିକ୍ ସେୟାରଗୁଡିକର ଏମଏସସିଆଇର ବ୍ୟାପକ ସୂଚକାଙ୍କ ପ୍ରାରମ୍ଭିକ ବାଣିଜ୍ୟରେ 0.3% ବୃଦ୍ଧି ପାଇଛି ଏବଂ ଦକ୍ଷିଣ କୋରିଆର କୋସ୍ପି 1.4% ବୃଦ୍ଧି ପାଇଛି । ଛୁଟିଦିନ ପାଇଁ ଅଷ୍ଟ୍ରେଲିଆର ସେୟାର ବଜାର ବନ୍ଦ ରହିଥିଲା ବୋଲି ରଏଟର୍ସ ରିପୋର୍ଟରେ କୁହାଯାଇଛି।

ABOUT THE AUTHOR

...view details