ଓଡିଶା

odisha

By

Published : Aug 26, 2019, 11:25 AM IST

Updated : Aug 26, 2019, 12:00 PM IST

ETV Bharat / business

ସରକାରଙ୍କ ମେଗା ପ୍ୟାକେଜ: ପୁଞ୍ଜି ବଜାରରେ ବଢିଲା ନିବେଶ

ନିର୍ମଳାଙ୍କ ଆର୍ଥିକ ବୁଷ୍ଟର ପ୍ରଭାବରେ ବଜାରରେ ଖୁସିର ଲହରୀ । ‘ସୁପରରିଚ୍‌’ଙ୍କୁ ଅଧିକା ସରଚାର୍ଜରୁ ଆଶ୍ବସ୍ଥି । ଫଳରେ ଉପରମୁହାଁ ସେନସେକ୍ସ । ସୋମବାର ସକାଳୁ ସେନସେକ୍ସ 36,699 ରହିଥିଲା ବେଳେ ନିଫ୍ଟି ଅଭିବୃଦ୍ଧି ସହ 10,815.10ରେ କାରବାର କରୁଛି ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ମେଗା ପ୍ୟାକେଜରେ ଖୁସ ନିବେଶକ । ସେୟାର ବଜାରରେ ଖେଳିଯାଇଛି ଖୁସିର ଲହରୀ । ସୋମବାରର ପ୍ରାରମ୍ଭିକ ପ୍ରଫିଟରୁ ଏହାକୁ ଅନୁମାନ କରାଯାଇପାରୁଛି । ସପ୍ତାହର ପ୍ରଥମ ଦିନରୁ ସବୁଜ ସଙ୍କେତରେ କାରବାର ।

ବିଶ୍ବର ଧୀମା ଅର୍ଥନୀତି ମଧ୍ୟରେ ସୋମବାର ସକାଳୁ ସେନସେକ୍ସ 1.56 ପଏଣ୍ଟ ବୃଦ୍ଧି ପାଇ 36,699.60 ରହିଛି । ସେହିପରି ନିଫ୍ଟି ପାଖାପାଖି 14.30 ପଏଣ୍ଟ ମଜବୁତ ହୋଇ 10,815.10 ଡେଇଁଛି ।

ପ୍ରକାଶ ଥାଉ ଯେ, ବିଶ୍ବ ଆର୍ଥିକ ମାନ୍ଦାବସ୍ଥାରୁ ଭାରତୀୟ ଅର୍ଥନୀତିକୁ ମୁକୁଳାଇବା ପାଇଁ ବହୁ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଥିଲେ । ଏହି ଘୋଷଣା ପରେ ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 228.23 ପଏଣ୍ଟ ମଜବୁତ ହୋଇ 37,701.48 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 88 ପଏଣ୍ଟର ଅଭିବୃଦ୍ଧି ସହ 10,829ରେ କାରବାର ବନ୍ଦ କରିଥିଲା ।

ନିର୍ମଳାଙ୍କ ଘୋଷଣା ଅନୁଯାୟୀ, ସୁପର ରିଚଙ୍କ ଉପରୁ ଅଧିକା ଟିକସ ପ୍ରତ୍ୟାହୃତ କରାଯିବ । ଅର୍ଥାତ ଏଫପିଆଇ ଉପରେ ଲାଗୁଥିବା ଅତିରିକ୍ତ ସରଚାର୍ଜ ହଟିବ। ପୁଞ୍ଜି ବଜାରରେ ନିବେଶକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି । ବଜେଟରେ ଘୋଷଣା ହୋଇଥିବା ଏହି ଅତିରିକ୍ତ ସରଚାର୍ଜ ଯୋଗୁଁ 2 ମାସ ଭିତରେ ସେନସେକ୍ସ ପ୍ରାୟ 7 ପ୍ରତିଶତ ଖସି ନିବେଶକଙ୍କ 14 ଲକ୍ଷ ପାଣିରେ ପଡିଯାଇଛି ।

Last Updated : Aug 26, 2019, 12:00 PM IST

ABOUT THE AUTHOR

...view details