ଓଡିଶା

odisha

By

Published : Dec 9, 2020, 5:20 PM IST

ETV Bharat / business

ପ୍ରଥମଥର 46 ହଜାର ଟପିଲା ସେନସେକ୍ସ, ନିଫ୍ଟି 13,500 ଉପରେ

ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଆଜି ଘରୋଇ ବଜାର ପ୍ରଥମ ଥର 46 ହଜାର ମାର୍କ ଅତିକ୍ରମ କରିପାରିଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ପ୍ରଥମ ଥର13,500 ସ୍ତର ଟପିଛି । ଅଧିକ ପଢନ୍ତୁ..

ପ୍ରଥମଥର  46 ହଜାର ଟପିଲା ସେନସେକ୍ସ  , ନିଫ୍ଟି 13,500 ଉପରେ
ପ୍ରଥମଥର 46 ହଜାର ଟପିଲା ସେନସେକ୍ସ , ନିଫ୍ଟି 13,500 ଉପରେ

ମୁମ୍ବାଇ: ଲଗାତାର ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ପୁଞ୍ଜି ବଜାର । ଉପରମୁହାଁ ସେୟାର ସୂଚକାଙ୍କ ସହ ସର୍ବୋଚ୍ଚ ସ୍ତରରେ ସେନସେକ୍ସ ଓ ନିଫ୍ଟି । ଏହି କ୍ରମରେ ଘରୋଇ ଇକ୍ୟୁଟି ବଜାର ବୁଧବାର ଆଉ ଏକ ମାଇଲଖୁଣ୍ଟ ସ୍ପର୍ଶ କରିଛି ।

ସକରାତ୍ମକ ବୈଶ୍ବିକ ସଙ୍କେତ ମଧ୍ୟରେ ଆଜି ଘରୋଇ ବଜାର ପ୍ରଥମ ଥର 46 ହଜାର ମାର୍କ ଅତିକ୍ରମ କରିପାରିଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 495 ପଏଣ୍ଟ ଉଛୁଳି 46,103.50 ପଏଣ୍ଟରେ ବନ୍ଦ ହୋଇଛି । ଆଜିକୁ ମିଶାଇ ଲଗାତାର 5 କାରବାର ଦିବସରେ ସେନସେକ୍ସ ପ୍ରଫିଟର ସହ କାରବାର ଶେଷ କରିଛି ।

ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର 50 ସେୟାର ଆଧାରିତ ନିଫ୍ଟି ପ୍ରଥମ ଥର13,500 ସ୍ତର ଟପିଛି । ଆଜି 136 ପଏଣ୍ଟ ବଢି ନିଫ୍ଟି 13,529ରେ ପହଞ୍ଚିଛି । ଆଜିକୁ ମିଶାଇ ଲଗାତାର 7 ଦିନ ଧରି ନିଫ୍ଟି ବଢିଚାଲିଛି ।

ସେନସେକ୍ସର ଟପ ସେୟାର ମଧ୍ୟରେ ଏଚଡିଏଫସି ବ୍ୟାଙ୍କ, ରିଲାଏନ୍ସ ଇଣ୍ଡଷ୍ଟ୍କିଜ , ଇମ୍ଫୋସିସ ଏବଂ ଏସିଆନ ପେଣ୍ଟସ ରହିଛି ।

ABOUT THE AUTHOR

...view details