ନୂଆଦିଲ୍ଲୀ: ବାଗଦାଦରେ ଆମରିକାର ଏୟାରଷ୍ଟ୍ରାଇକ ପ୍ରଭାବରେ ଖସିଲା ଭାରତୀୟ ବଜାର ଅଭିବୃଦ୍ଧି । ଶୁକ୍ରବାର କାରବାର ଶେଷ ସୁଦ୍ଧା ସେନସେକ୍ସ 162 ପଏଣ୍ଟ ଖସିଛି। ସେପଟେ ଅନ୍ତର୍ଜାତୀୟ ବଜାରରେ 70 ଡଲାର ନିକଟତର ବ୍ୟାରେଲ ପିଛା ଅଶୋଧିତ ତୈଳ ଦର।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 162.03 ପଏଣ୍ଟ କମି 41,464.61 ରେ ବନ୍ଦ ହୋଇଛି। ସେହିଭଳି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର (ଏନଏସଇ) 50 ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 55.55 ପଏଣ୍ଟ ହ୍ରାସ ପାଇ 12,226.65 ରେ କାରବାର ବନ୍ଦ କରିଛି।