ମୁମ୍ବାଇ: ଆଜି କାରବାର ଆରମ୍ଭରୁ ଉଛୁଳିଲା ପୁଞ୍ଜି ବଜାର । ପ୍ରଥମ ଥର ପାଇଁ ସେନସେକ୍ସ ଡେଇଁଲା 50 ହଜାର । 240 ପଏଣ୍ଟ ବୃଦ୍ଧି ପାଇ 50 ହଜାର ପାର କଲା । ସେହିପରି ନିଫ୍ଟି 14 ହଜାର 733 ପଏଣ୍ଟରେ ପହଞ୍ଚି କରୁଛି କାରବାର ।
ବୁଧବାର ଆମେରିକାର 46ତମ ରାଷ୍ଟ୍ରପତି ଭାବରେ ଜୋ ବାଇଡେନ ଶପଥ ନେଇଛନ୍ତି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ବାଇଡେନ ଯୁଗ । ଏହା ଉପରେ ସାରା ବିଶ୍ବର ନଜର ରହିଥିବାବେଳେ କାର୍ଯ୍ୟ ଭାର ଗ୍ରହଣ କରୁ କରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅନେକ ନିଷ୍ପତ୍ତିକୁ ବଦଳାଇ ଐତିହାସିକ ପଦକ୍ଷେପ ନେଇଛନ୍ତି ଜୋ । ଯାହା ଦ୍ବାରା ଭାରତୀୟ ନିବେଶକ ଖୁସିରେ ଗଦ ଗଦ ହୋଇପଡିଛନ୍ତି ।