ମୁମ୍ବାଇ: ଏକଜିଟ ପୋଲ ଫଳାଫଳର ଦ୍ବିତୀୟ ଦିନରେ ବି ବଜାର ବଳବାନ । ଲଗାତାର ଉପରମୁହାଁ ରହିଛି ସେନସେକ୍ସ ଓ ନିଫ୍ଟି । ସୋମବାର ସେୟାର ବଜାର ସର୍ବାଧିକ ପଏଣ୍ଟ ସହ 10 ବର୍ଷରେ ରେକର୍ଡ ଭାଙ୍ଗିଛି । ସେହିପରି ମଙ୍ଗଳବାର କାରବାର ଆରମ୍ଭରୁ ହିଁ ସବୁଜ ସଂଙ୍କେତରେ ସେନସେକ୍ସ ରେଖା ।
ଏକଜିଟ ପୋଲ ପରେ ବଜାର ବଳବାନ, ଉଛୁଳୁଛି ସେନସେକ୍ସ - report
ସୋମବାର ପରେ ଆଜି(ମଙ୍ଗଳବାର) ବି ସୁଦୃଢ ସେୟାର ବଜାର । ବଢିଚାଲିଛି ସେନସେକ୍ସ ଓ ନିଫ୍ଟି ।
![ଏକଜିଟ ପୋଲ ପରେ ବଜାର ବଳବାନ, ଉଛୁଳୁଛି ସେନସେକ୍ସ](https://etvbharatimages.akamaized.net/etvbharat/prod-images/768-512-3340984-thumbnail-3x2-sensex---copy-2.jpg)
ମଙ୍ଗଳବାର ସକାଳୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 107.51ପଏଣ୍ଟ ବଢି 39,460.18 ରହିଥିବା ବେଳେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 21.65 ପଏଣ୍ଟ ବୃଦ୍ଧି ସହ 11,849.90ରେ କାରବାର କରୁଛି ।
ଚଳିତ ନିର୍ବାଚନରେ ଏନଡିଏ ବହୁମତ ହାସଲ ସହ ସରକାର ଗଢିବା ନେଇ ଏକଜିଟ ପୋଲ ରିପୋର୍ଟ ରବିବାର ପ୍ରକାଶ ପାଇଛି । ବିଜେପି ସରକାରଙ୍କ ଆଗମନ ଖବରରେ ବଢିଚାଲିଛି ଷ୍ଟକ ମାର୍କେଟ ପ୍ରଫିଟ । ମାତ୍ର ଗୋଟିଏ ଦିନରେ (ସୋମବାର) ନିବେଶକଙ୍କ 5.33 ଲକ୍ଷ କୋଟି ଟଙ୍କା ଲାଭ ହୋଇଥିଲା ବେଳେ ମାତ୍ର କେଇ ସେକେଣ୍ଡରେ 3ଲକ୍ଷ 18 ହଜାର କୋଟି ମିଳିଛି । ସେନସେସ୍କ 1421.90 ପଏଣ୍ଡ ବଢି 39 ହଜାର ଡେଇଁଥିଲା ବେଳେ ନିଫ୍ଟି 421 ପଏଣ୍ଟ ଅଭିବୃଦ୍ଧି ପାଇ 11,882.25 ପଏଣ୍ଟରେ ବନ୍ଦ ହୋଇଥିଲା । ଏହା ଗତ 10 ବର୍ଷର ସର୍ବାଧିକ ଦିନିକିଆ ବୃଦ୍ଧି ରେକର୍ଡ । ତେବେ ଏହା ପୂର୍ବରୁ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ମୋଦି ସରକାର ଯଦି 300 ସିଟରେ କ୍ଷମତାକୁ ଫେରନ୍ତି ତାହାହେଲେ ନିଷ୍ଟି 15 ପ୍ରତିଶତ ବଢିବା ସହ ସେନସେକ୍ସ 40 ହଜାର ଟପିବ ।