ଓଡିଶା

odisha

ETV Bharat / business

ସିମ କାର୍ଡ ସ୍ବାଇପ କରି 25 ଲକ୍ଷ ଠକେଇ

ନୋଏଡାର ମହାବୀର ମିତ୍ତଲ ନାମକ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀଙ୍କ ଆକାଉଣ୍ଟରୁ 25 ଲକ୍ଷ ଟଙ୍କା ହଡପ । ସେ ବି ମୋବାଇଲ ସିମ କାର୍ଡ ସ୍ବାଇପ କରି । ଏଥିପାଇଁ ହ୍ୟାକର୍ସ ସାଧାରଣତଃ ନକଲି କଲ ସେଣ୍ଟରର ସହଯୋଗ ନେଇ ଲୋଭନୀୟ ଅଫର ଦେଇଥାଏ । ଏପରି କରି ସେ ସିମରେ ରହିଥିବା 20 ଅଙ୍କ ବିଶିଷ୍ଟ ୟୁନିକ ନମ୍ବରକୁ ନେଇ ଟଙ୍କା ଲୁଟିଥାଏ ।

By

Published : Aug 6, 2019, 2:38 PM IST

ପ୍ରତିକାତ୍ମକ ଫଟୋ


ନୂଆଦିଲ୍ଲୀ: ଆପଣଙ୍କ ସିମ କାର୍ଡ । ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । ହେଲେ ରାତିକରେ ଆକାଉଣ୍ଟରୁ ଟଙ୍କା ଗାଏବ । ହଁ ଏବେ କିଛି ଫେକ ଫଣ୍ଡା ନୁହେଁ ବରଂ ଆପଣଙ୍କ ମୋବାଇଲରେ ପଡିଥିବା ସିମକାର୍ଡକୁ ବ୍ୟବହାର କରି ହେରଫେର ହେଉଛି କୋଟି କୋଟି ଟଙ୍କା । ଏପରି ଏକ ଘଟଣା ନୋଏଡାରେ ଦେଖିବାକୁ ମିଳିଛି । ମହାବୀର ମିତ୍ତଲ ନାମକ ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟକୁ ହ୍ୟାକ କରି ହଡପ ହୋଇଛି 25.1 ଲକ୍ଷ ଟଙ୍କା ।

ଜୁନ 12ରେ ମିତ୍ତଲଙ୍କ ଆକାଉଣ୍ଟରୁ 4ଟି ଭିନ୍ନ ଭିନ୍ନ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଛି । ଏ ନେଇ ମିତ୍ତଲ ସେତେବେଳେ ସୂଚନା ପାଇଲେ, ଯେତେବେଳେ ସେ ନିଜ ସିମ ଜରିଆରେ ଆକାଉଣ୍ଟ ଆକ୍ସେସ ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ତାହା ସମ୍ଭବ ହୋଇନଥିଲା । ଏହା ପରେ ସେ ଜାଣିପାରିଥିଲେ କି ତାଙ୍କ ସିମ ବ୍ଲକ ହୋଇଯାଇଛି । ଏ ନେଇ ଯାଞ୍ଚ କରିବାକୁ ସେ ଏୟାରଟେଲ କଷ୍ଟମର କ୍ୟାୟର ଯାଇଥିଲେ । ସେଠାରେ ଜଣାପଡିଥିଲା କି ଏହା ଅନ୍ୟ କୌଣସି ଏକ ମୋବାଇଲରେ ବ୍ୟବହୃତ ହେଉଛି । ଅର୍ଥାତ ତାଙ୍କୁ ଠକି ହ୍ୟାକର୍ସ ସେହି ସିମକୁ ବ୍ଲକ କରି ସେହି ନମ୍ବରୁ ଜରିଆରେ ଓଟିପି ଆକ୍ସେସ କରି ସବୁ ଟଙ୍କାକୁ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି ।


ବର୍ତ୍ତମାନ ସମୟରେ ଡିଜିଟାଲ ଟ୍ରାଞ୍ଜାକ୍କନ ବଢୁଛି । ବ୍ୟାଙ୍କ ଆକାଉଣ୍ଟରେ ସିମ ଓ ଆଧାର ଲିଙ୍କ ଅଧିକ ହେବାକୁ ଲାଗିଛି । ଏହାର ଫାଇଦା ନେଇ ହ୍ୟାକର୍ସ ନକଲି କଲ ସେଣ୍ଟରର ସହଯୋଗ ନେଇ ସିମର ୟୁନିକ ନମ୍ବର ଆଣି ଟଙ୍କା ହଡପ କରିଥାନ୍ତି । ଏଣୁ ଆଗକୁ ଆପଣ ନିଜ ଆକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ କାହାକୁ ବି 20 ଅଙ୍କ ବିଶିଷ୍ଟ ସିମ ନମ୍ବର ଦିଅନ୍ତୁ ନାହିଁ । ଏପରିକି ବାହାରୁ ଆସୁଥିବା କଲକୁ ମଧ୍ୟ ରିସିଭ କରନ୍ତୁ ନାହିଁ । ଏପରିକି ଲୋଭନୀୟ ଅଫର ଓ ଡାଟା ପାଇବା ନିଶାରେ ଆପଣ ଯେଉଁ ଗୋଟିଏ ପରେ ଗୋଟିଏ ନମ୍ବର କ୍ଲିକ କରନ୍ତି ତାଦ୍ବାରା ମଧ୍ୟ ହ୍ୟାକର୍ସ ସହଜରେ ଟଙ୍କା ହଡପ କରିଦେଇଥାନ୍ତି । ଏଥିସହ ଚିହ୍ନଟ ପାଇଁ ଆଧାର ନମ୍ବର ମଧ୍ୟ ମାଗିଥାନ୍ତି ।

ABOUT THE AUTHOR

...view details