ଓଡିଶା

odisha

ETV Bharat / business

ଇଏମଆଇ ସ୍ଥଗିତ ଅବଧି ବୃଦ୍ଧି ଦାବିରେ ଓଲା-ଉବେର ଡ୍ରାଇଭରଙ୍କ ଧାରଣା - କାର ଡ୍ରାଇବରଙ୍କ ଧାରଣା

କ୍ୟାବ ଷ୍ଟ୍ରାଇକ ଯୋଗୁଁ IIT-JEE ମେନ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଲୋକ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ..

ଇଏମଆଇ ସ୍ଥଗିତ ଅବଧି ବୃଦ୍ଧି ଦାବିରେ ଓଲା-ଉବେର ଡ୍ରାଇଭରଙ୍କ ଧାରଣା
ଇଏମଆଇ ସ୍ଥଗିତ ଅବଧି ବୃଦ୍ଧି ଦାବିରେ ଓଲା-ଉବେର ଡ୍ରାଇଭରଙ୍କ ଧାରଣା

By

Published : Sep 1, 2020, 4:21 PM IST

ନୂଆଦିଲ୍ଲୀ: କୋଭିଡ-19 ସଙ୍କଟ ସମୟରେ ଋଣ କିସ୍ତି ସ୍ଥଗିତ ଅବଧି ବୃଦ୍ଧି ଓ ଭଡା ବଢାଇବା ଦାବିରେ ଓଲା ଓ ଉବେର ଚାଳକ । ଏଥିପାଇଁ ମଙ୍ଗଳବାର ଦିଲ୍ଲୀ ଏନସିଆରରେ ଏମାନେ ଧାରଣା ଦେଇଛନ୍ତି ।

ସର୍ବୋଦୟା ଡ୍ରାଇଭର ଆସୋସିଏନ ଅଫ ହୋଲ୍ଡିର ସଭାପତି କମଲଜୀତ ସିଂହ ଗିଲ କହିଛନ୍ତି କି, ଧାରଣାରେ ବସିଥିବା ସମସ୍ତ କ୍ୟାବ ଚାଳକ ଆଜି ମଣ୍ଡି ହାଉସରେ ଜମା ହେବ ଏବଂ ଋଣ କିସ୍ତି ଉପରେ ଲଗାଇଥିବା ସ୍ଥଗିତାଦେଶକୁ ବଢାଇବା ପାଇଁ ଓ ଭଡା ବୃଦ୍ଧି ପାଇଁ ଦାବି କରିବେ ।

ତେବେ ଚାଳକଙ୍କ ଧାରଣା ଯୋଗୁଁ ଗ୍ରେଟର ନୋଏଡା , ଦ୍ବାରେକା ଏବଂ ଉତ୍ତମ ନଗର ସମେତ ଦିଲ୍ଲୀ ଏନସିଆରର ଅନେକ ସ୍ଥାନରେ କ୍ୟାବ ସମସ୍ୟା ଦେଖାଦେବ ବୋଲି ଗିଲ କହିଛନ୍ତି ।

କ୍ୟାବ ଷ୍ଟ୍ରାଇକ ଯୋଗୁଁ IIT-JEE ମେନ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରଛାତ୍ରୀ ଓ ଅନ୍ୟ ଲୋକ ମଧ୍ୟ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

ଗିଲ କହିଛନ୍ତି, "ଲକଡାଉନ ଯୋଗୁଁ ଭୟଙ୍କର ଆର୍ଥିକ ସଙ୍କଟ ଯୋଗୁଁ ଡ୍ରାଇଭରମାନେ ମାସିକ କିସ୍ତି ଦେବାକୁ ଅସମର୍ଥ। ଋଣ କିସ୍ତି ପରିଶୋଧ ଉପରେ ପ୍ରତିବନ୍ଧକ ଆଜି ଶେଷ ହୋଇଛି ଏବଂ ବ୍ୟାଙ୍କଗୁଡିକ ଆମ ଉପରେ ଚାପ ପକାଉଛନ୍ତି । ଯଦି କିସ୍ତି ପୂରଣ ନହୁଏ ତେବେ ବ୍ୟାଙ୍କଗୁଡ଼ିକ ସେମାନଙ୍କ କାର ନେଇଯିବେ ବୋଲି ଡର ଉପୁଜିଛି ।

ତେବେ ଡ୍ରାଇଭରଙ୍କ ଧାରଣା ଘୋଷଣା ନେଇ ଓଲା ଏବଂ ଉବେର କମ୍ପାନୀ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ABOUT THE AUTHOR

...view details