ନୂଆଦିଲ୍ଲୀ: ସାହାରା ଗ୍ରୁପର 2 କମ୍ପାନୀକୁ 62,602.90 କୋଟି ଟଙ୍କା ପେମେଣ୍ଟ ନିର୍ଦ୍ଦେଶ ପାଇଁ ବଜାର ନିୟାମକ ସେବି ଉଚ୍ଚତମ ନ୍ୟାୟଳୟରେ ଆବେଦନ ଦାଖଲ କରିଛି ।
ସେବି କହିଛି କି , ଯଦି ଏହି କମ୍ପାନୀ କୋର୍ଟଙ୍କ ପ୍ରଥମ ଆଦେଶକୁ ମାନି ଏହି ଟଙ୍କା ପୈଠ ପାଇଁ ବିଫଳ ହୁଅନ୍ତି , ତେବେ ସାହାରା ଗ୍ରୁପର ପ୍ରମୁଖ ସୁବ୍ରତ ରାୟଙ୍କୁ ହେପାଜତରେ ନିଆଯିବା ଆବଶ୍ୟକ ।
ଅବମାନନାକାରୀ ରାୟ ଏବଂ ତାଙ୍କର ଦୁଇ କମ୍ପାନୀ - ସାହାରା ଇଣ୍ଡିଆ ରିଏଲ ଇଷ୍ଟେଟ କର୍ପୋରେସନ ଲିମିଟେଡ ଏବଂ ସାହାରା ହାଉସିଂ ଇନଭେଷ୍ଟମେଣ୍ଟ କର୍ପୋରେସନ ଲିମିଟେଡ - ନିବେଶକଙ୍କଠାରୁ ନେଇଥିବା ସମସ୍ତ ଟଙ୍କାକୁ ସୁଧ ସହ ଜମା କରିବା ନେଇ କୋର୍ଟଙ୍କ ବିଭିନ୍ନ ଆଦେଶକୁ 'ଉଲ୍ଲଂଘନ କରିଛି । ଏପରି କି ସୁବ୍ରତ ରାୟ ଓ ତାଙ୍କ କମ୍ପାନୀକୁ ଅନେକ ଥର ରିଲିଫ ପ୍ରଦାନ କରାଯିବା ପରେ ବି ସେ ଏହି ନ୍ୟାୟଳର ଆଦେଶର ଅବହେଳା କରିଛନ୍ତି । ଏଥିସହ ତାଙ୍କର ଅନୁପାଳନରେ ବିଫଳ ରହିଛନ୍ତି ।