ଓଡିଶା

odisha

ETV Bharat / business

ବିଜୟ ମାଲ୍ୟା ପ୍ରତ୍ୟାପଣ ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ - ବିଜୟ ମାଲ୍ୟା ପ୍ରତ୍ୟାପଣ ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ବିଜୟ ମାଲ୍ୟାଙ୍କ ପ୍ରତ୍ୟାପଣ ନେଇ 6 ସପ୍ତାହରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ବିଜୟ ମାଲ୍ୟା ପ୍ରତ୍ୟାପଣ  ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ
ବିଜୟ ମାଲ୍ୟା ପ୍ରତ୍ୟାପଣ ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

By

Published : Nov 2, 2020, 3:52 PM IST

ନୂଆଦିଲ୍ଲୀ: ପଳାତକ ଆର୍ଥିକ ଅପରାଧୀ ବିଜୟ ମାଲ୍ୟାଙ୍କ ଭାରତ ପ୍ରତ୍ୟାପଣ ନେଇ ୟୁକେରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ । ସୋମବାର ସର୍ବୋଚ୍ଚ ନ୍ୟାୟାଳୟ ବିଜୟ ମାଲ୍ୟାଙ୍କ ପ୍ରତ୍ୟାପଣ ନେଇ 6 ସପ୍ତାହରେ ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ।

ଅକ୍ଟୋବର 5 ରେ କେନ୍ଦ୍ର ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଥିଲା କି, ମାଲ୍ୟାଙ୍କୁ ବ୍ରିଟେନରେ ଏକ ସ୍ବତନ୍ତ୍ର ‘ ଗୁପ୍ତ’ ଆଇନ ପ୍ରକ୍ରିୟା ଯାଏଁ ଭାରତକୁ ପ୍ରତ୍ୟାପଣ କରାଯାଇପାରିବ ନାହିଁ । ଯାହାକି ନ୍ୟାୟିକ ଓ ଗୋପନୀୟ ପ୍ରକୃତିର ସମାଧାନ ଅଟେ ।

ଜଷ୍ଟିସ ୟୁ ୟୁ ଲଲିତ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ 6 ସପ୍ତାହ ମଧ୍ୟରେ ଏହି ମାମଲାର ରିପୋର୍ଟ ଦାଖଲ ପାଇଁ କହିଛନ୍ତି । ଏଥିସହ ଆସନ୍ତା ବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ ଏହି ମାମଲାର ଶୁଣାଣିକୁ ସ୍ଥଗିତ ରଖିଛନ୍ତି ।

ତେବେ ପୀଠ, ଓକିଲ ଇ ସି ଅଗ୍ରୱାଲଙ୍କ ଯାଚିକାକୁ ମଧ୍ୟ ସ୍ବୀକାର କରିବାକୁ ମନା କରିଦେଇଛନ୍ତି । ଯିଏ ମାମଲାରେ ରିଲିଫ ଦାବି କରି ଶୀର୍ଷ ଅଦାଲତରେ ମାଲ୍ୟାଙ୍କ ପକ୍ଷରୁ ମତ ରଖିଥିଲେ ।

ପ୍ରକାଶ ଯେ, ଏହା ପୂର୍ବରୁ ମାଲ୍ୟାଙ୍କ 2017 ମେ 9 ଆଦେଶର ପୁର୍ନବିଚାର ଯାଚିକାକୁ ସୁପ୍ରିମକୋର୍ଟ ଖାରଜ କରିଥିଲେ । କୋର୍ଟଙ୍କ ଆଦେଶକୁ ଅବମାନନା କରି ଦୋଷୀ ସାବ୍ୟସ୍ତ ହୋଇଥିବା ମାମଲା ବିରୋଧରେ ସେ ଏକ ପୁର୍ନବିଚାର ଯାଚିକା ଦାଖଲ କରିଥିଲେ । ଜଷ୍ଟିସ ୟୁୟୁ ଲଲିତ ଓ ଅଶୋକ ଭୂଷଣ ମାଲ୍ୟା ଯାଚିକାକୁ ଖାରଜ କରିଥିଲେ । ପ୍ରକାଶ ଯେ, ମାଲ୍ୟ କୋର୍ଟଙ୍କ ଆଦେଶର ଅବମାନନା କରି ନିଜ ପିଲାଙ୍କୁ 4 କୋଟି ଡଲାର ଟ୍ରାନ୍ସଫର କରିଥିଲେ ।

ଭାରତୀୟ ବ୍ୟାଙ୍କରୁ ମାଲ୍ୟା ପ୍ରାୟ 9 ହଜାର କୋଟି ଟଙ୍କା ଠକେଇ କରି ଗତ 2016ରେ ଲଣ୍ଡନ ପଳାଇଥିଲେ । ତାଙ୍କୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ଓ ଭାରତୀୟ ତଦନ୍ତ ସଂସ୍ଥାକୁ ଦୀର୍ଘଦିନ ଧରି ଲଢେଇ ଜାରି ରଖିଛନ୍ତି ।

ABOUT THE AUTHOR

...view details