ଓଡିଶା

odisha

ETV Bharat / business

NDRFକୁ ସ୍ଥାନାନ୍ତର ହେବନି ପିଏମ କେୟାର୍ସ ଫଣ୍ଡ - ପିଏମ କେୟାର୍ସ ଫଣ୍ଡ

ପିଏମ କେୟାର୍ସ ଫଣ୍ଡକୁ ଏନଡିଆରଏଫରେ ଜମା କରିବା ମାମଲାରେ ରାୟ ଶୁଣାଇଲେ ସୁପ୍ରିମକୋର୍ଟ । ଅଧିକ ପଢନ୍ତୁ...

ପିଏମ କେୟାର୍ସ ଫଣ୍ଡ ଟଙ୍କା NDRFକୁ ସିଧା ସ୍ଥାନାନ୍ତର ହେବନି
ପିଏମ କେୟାର୍ସ ଫଣ୍ଡ ଟଙ୍କା NDRFକୁ ସିଧା ସ୍ଥାନାନ୍ତର ହେବନି

By

Published : Aug 18, 2020, 2:35 PM IST

ନୂଆଦିଲ୍ଲୀ: କୋଭିଡ-9 ମହାମାରୀ ବିରୋଧରେ ଲଢେଇ ପାଇଁ ପିଏମ କେୟାର୍ସ ପାଣ୍ଠିକୁ ଦିଆଯାଉଥିବା ଯୋଗଦାନ ଟଙ୍କା ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (NDRF) କୁ ଟ୍ରାନ୍ସଫର ହେବନି । ଏନେଇ ମଙ୍ଗଳବାର ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି ।

ଜଷ୍ଟିସ ଅଶୋକ ଭୂଷଣଙ୍କ ନେତୃତ୍ବରେ ଜଷ୍ଟିସ ଆର ଏସ ରେଡ୍ଡୀ ଏବଂ ଏମ ଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠରେ କୁହାଯାଇଛି କି, ଏନଡିଆରଏଫକୁ ସବୁବେଳେ ସ୍ବେଚ୍ଛାକୃତ ଯୋଗଦାନ ଦିଆଯାଇପାରିବ । କାରଣ ବିପର୍ଯ୍ୟୟ ପରିଚାଳନା ଅଧିନିୟମ ଅନୁଯାୟୀ କୌଣସି ବିଧି ବ୍ୟବସ୍ଥା ନାହିଁ ।

ସେଣ୍ଟର ଫର ପବ୍ଲିକ ଇଣ୍ଟରେଷ୍ଟ ଲିଟିଗେସନ ନାମକ ଏକ ଏନଜିଓ ପକ୍ଷରୁ ଦାଖଲ ଯାଚିକାରେ କୁହାଯାଇଥିଲା କି କୋଭିଡ-19 ମହାମାରୀ ପାଇଁ ପିଏମ କେୟାର୍ସ ପାଣ୍ଠି ଅଧିନରେ ସଂଗୃହୀତ ସମସ୍ତ ଟଙ୍କା ଏନଡିଆରଏଫକୁ ସ୍ଥାନାନ୍ତର କରାଯାଉ। ମହାମାରୀର ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନା ଆଇନର ଧାରା 10 ଏବଂ 11 ଅନୁଯାୟୀ ଏକ ଜାତୀୟ ଯୋଜନା ପ୍ରସ୍ତୁତ, ଅଧିସୂଚିତ ଏବଂ କାର୍ଯ୍ୟକାରୀ କରାଯିବା ଉଚିତ୍।

ପ୍ରକାଶ ଯେ, କୋଭିଡ-19 ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରୀକାଳୀନ ଏବଂ ସଙ୍କଟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇବା ଲକ୍ଷ୍ୟରେ ମାର୍ଚ୍ଚ 28 ରେ କେନ୍ଦ୍ରପିଏମ କେୟାର୍ସ (Prime Minister's Citizen Assistance and Relief in Emergency Situations) ପାଣ୍ଠି ଗଠନ କରିଥିଲା ।

@PTI

ABOUT THE AUTHOR

...view details