ମୁମ୍ବାଇ: ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଅକ୍ଟୋବର ପହିଲାରୁ ଲାଗୁ ହେବ ଶସ୍ତା ଋଣ ବ୍ୟବସ୍ଥା । ଏହା ଅନୁଯାୟୀ ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗ (ଏମଏସଇ) , ଆବାସ, ଯାନ ଓ ଅନ୍ୟାନ ଖୁଚୁରା ଋଣ ସବୁ ନୂଆ ରେପୋରେଟ ଆଧାରରେ ଆଦାୟ ହେବ ।
ଏସବିଆଇ ଗ୍ରାହକଙ୍କୁ ପୂଜା ଭେଟି, ଅକ୍ଟୋବରରୁ ଲୋନ ଶସ୍ତା - ଶସ୍ତା ହେବ ଋଣ
ଭାରତୀୟ ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଅକ୍ଟୋବର ପହିଲାରୁ ଲାଗୁ ହେବ ଶସ୍ତା ଋଣ ବ୍ୟବସ୍ଥା ।
ପ୍ରତିକାତ୍ମକ ଫଟୋ
ଅଗଷ୍ଟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମୁଦ୍ରାନୀତି ବୈଠକରେ ରେପୋ ହାର 35 ବେସିସ ପଏଣ୍ଟ ହ୍ରାସ ପାଇ 5.40 ପ୍ରତିଶତ ହୋଇଥିଲା । ଏହି ଫାଇଦାକୁ ଗ୍ରାହକଙ୍କୁ ଦେବା ପାଇଁ ସେପ୍ଟେମ୍ବର 4ରେ ସମସ୍ତ ବ୍ୟାଙ୍କଙ୍କୁ ଆରବିଆଇ ନିର୍ଦ୍ଦେଶ ଦେଇଛି ।
ଏ ନେଇ ଏସବିଆଇ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ସମସ୍ତ ପରିବର୍ତ୍ତନୀୟ ସୁଧ ଦର ଅନ୍ତର୍ଗତ ଋଣ ପାଇଁ ସଂଶୋଧିତ ରେପୋରେଟ ଦରକୁ ଲାଗୁ କରାଯିବ । ଲଘୁ ଋଣ, ଆବାସ ଋଣ ଓ ଅନ୍ୟାନ ଖୁଚୁରା ଋଣ ପାଇଁ ସୁଧ ଦର ଚଳିତ ବର୍ଷ ଅକ୍ଟୋବର ପହିଲାରୁ ଲାଗୁ ହେବ ।