ଓଡିଶା

odisha

ETV Bharat / business

ଶସ୍ତା ହେଲା SBI ହୋମ ଲୋନ, କମିଲା ସୁଧହାର - SBI ହୋମ ଲୋନ

ଏସବିଆଇ ଗ୍ରାହକଙ୍କ ପାଇଁ ବଡ ଅଫର । ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ମହିଳା ଗ୍ରାହକଙ୍କୁ ମିଳିବ ବିଶେଷ ଫାଇଦା । ବ୍ୟାଙ୍କ ସୁଧ ହାର ହ୍ରାସ ସହ ଛାଡ କଲା ପ୍ରୋସେସିଂ ଫିସ । ଅଧିକ ପଢନ୍ତୁ..

ଶସ୍ତା ହେଲା SBI ହୋମ ଲୋନ , କମିଲା ସୁଧହାର
ଶସ୍ତା ହେଲା SBI ହୋମ ଲୋନ , କମିଲା ସୁଧହାର

By

Published : Mar 1, 2021, 4:55 PM IST

ମୁମ୍ବାଇ: ପୂରଣ ହେବ ଆପଣଙ୍କ ଘର ସ୍ବପ୍ନ । ବର୍ତ୍ତମାନର ମହଙ୍ଗା କାଳରେ ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ସାଧାରଣ ଲୋକଙ୍କୁ ଦେଇଛି ବଡ ଉପଶମ । ହୋମ ଲୋନ ଉପରେ ସୁଧ ହାର ହ୍ରାସ କରିଛି ଏସବିଆଇ ।

ଏସବିଆଇ ପକ୍ଷରୁ ଜାରି ବିବୃ୍ତି ଅନୁସାରେ, ଏସବିଆଇ ହୋମ ଲୋନ ଉପରେ ସୁଧ ରିହାତି ସୀମା 0.70 ପ୍ରତିଶତ ଯାଏଁ ବଢାଇ ଦେଇଛି । ଫଳରେ ଏବେ ଏସବିଆଇର ହୋମ ଲୋନ ଉପରେ ସୁଧ 6.70 ପ୍ରତିଶତକୁ ଖସିଛି । ଯାହାକି ବର୍ତ୍ତମାନ ସୁଦ୍ଧାର ସବୁଠୁ କମ ସୁଧ ହାର ।

ସେହିଭଳି ସୁଧ ହାର ହ୍ରାସ ସହ ବ୍ୟାଙ୍କ ପ୍ରୋସେସିଂ ଫିସ ଉପରେ 100 ପ୍ରତିଶତ ଛାଡ ଜାରି ରଖିଛି । ଏସବିଆଇ ଅନୁସାରେ ଏହି ଅଫ 2021 ମାର୍ଚ୍ଚ 31 ଯାଏଁ ରହିବ । ତେବେ ସୁଧ ଛାଡ, ଲୋନ ରାଶି ଓ ଋଣଗ୍ରହୀତାଙ୍କ ସିବିଲ ସ୍କୋର ଉପରେ ନିର୍ଭର କରିବ ।

ଯେଉଁ ଲୋକମାନେ ନିର୍ଦ୍ଧାରିତ ସମୟରେ ଋଣ ପରିଶୋଧ କରନ୍ତି, ସେମାନଙ୍କ ପାଇଁ ସୁଲଭରେ ସୁଧ ଉପଲବ୍ଧ କରିବା ବ୍ୟାଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ବ୍ୟାଙ୍କ ଅନୁସାରେ 75 ଲକ୍ଷ ଟଙ୍କା ଯାଏଁ ହୋମ ଲୋନ ନେବା ପାଇଁ ଏହି ସୁଧ ହାର ନିର୍ଦ୍ଧାରଣ କରାଯାଇଛି । ଏହାଠାରୁ ଊର୍ଦ୍ଧ୍ବ ଲୋନ ପାଇଁ 6.75 ପ୍ରତିଶତ ସୁଧ ନିଆଯିବ । ସେହିଭଳି ଏସବିଆଇର ଅଫିସିଆଲ ଆପ Yono App ଜରିଆରେ ଘରେ ବସି ହୋମ ଲୋନ ପାଇଁ ଆବେଦନ କରାଯାଇପାରିବ । ଏହି ଆପରୁ ଲୋନ ଆବେଦନ କରିବା ଉପରେ 0.05 ପ୍ରତିଶତ ରିହାତି ମିଳିଥାଏ । ଏଥିସହ ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ବ୍ୟାଙ୍କ ମହିଳା ଋଣଗ୍ରହୀତାଙ୍କୁ 0.05 ପ୍ରତିଶତ ସୁଧ ଛାଡ ଦେବ ।

ଏସବିଆଇ ଦେଶର ସବୁଠୁ ବଡ ଋଣ ଗ୍ରହୀତା । ବ୍ୟାଙ୍କ ଏବେ ସୁଦ୍ଧା 5 ଲକ୍ଷ କୋଟି ଟଙ୍କାର ହୋମଲୋନ ଦେଇସାରିଛି ।

ABOUT THE AUTHOR

...view details