ଓଡିଶା

odisha

ETV Bharat / business

ଶସ୍ତା ଏସବିଆଇର ଲୋନ, ହେଲେ ସଞ୍ଚୟ ଜମାକର୍ତ୍ତା ନିରାଶ - MCLR cut

ଶସ୍ତା ହେଲା ଏସବିଆଇ ହୋମ, କାର ଓ ପର୍ସନାଲ ଲୋନ । କମିଲା MCLR ଆଧାରିତ ସୁଧ ଦର । ତେବେ ସଞ୍ଚୟ ଜମା ଉପରେ ସୁଧ ହାର କମିଥିବାରୁ ନିରାଶ ଜମାକର୍ତ୍ତା । ଅଧିକ ପଢ଼ନ୍ତୁ...

SBI reduces savings account interest rate
ଶସ୍ତା ଏସବିଆଇର ଲୋନ, ହେଲେ ସଞ୍ଚୟ ଜମାକର୍ତ୍ତା ନିରାଶ

By

Published : Apr 7, 2020, 11:26 PM IST

ନୂଆଦିଲ୍ଲୀ. ଲକଡାଉନ ମଧ୍ୟରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଲା ଖୁସି ଖବର । ଗ୍ରାହକଙ୍କୁ ଭେଟି ଭାବେ ସୁଧ ହାର ହ୍ରାସ କରିଛି ଏସବିଆଇ । ଏସବିଆଇ ତାର ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଙ୍ଗ ରେଟ (MCLR) ଆଧାରିତ ସୁଧ ଦର 35 ବେସିସ ପଏଣ୍ଟ ହ୍ରାସ ନେଇ ଘୋଷଣା କରିଛି ।

ହେଲେ ସଞ୍ଚୟ ଖାତାରେ ଜମା ଉପରେ ସୁଧ ଦର 25 ବେସିସ ପଏଣ୍ଟ କମାଇ 2.75 ପ୍ରତିଶତ ହୋଇଛି । ଯାହାକି ସଞ୍ଚୟ ଜମା ଖାତାଧାରୀଙ୍କୁ ନିରାଶ କରିଛି । ଏହି ନୂଆ ଦର ଏପ୍ରିଲ 10ରୁ ଲାଗୁ ହେବ ।

ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ, MCLR ହ୍ରାସ ପରେ ଏକ ବର୍ଷ ଅବଧି ପାଇଁ ଋଣ ଉପରେ ସୁଧ ହାର ବାର୍ଷିକ 7.75 ପ୍ରତିଶତରୁ 7.40 ପ୍ରତିଶତକୁ ହ୍ରାସ ପାଇବ । ଅଧିକାଂଶ ଖୁଚୁରା ଋଣ ପାଇଁ ଏକ ବର୍ଷିଆ ଋଣ ଉପରେ ଏହି ହାରକୁ କୁ ସ୍କେଲ ଭାବରେ ବିବେଚନା କରାଯାଏ ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ହାର ହ୍ରାସ ପରେ ଅନେକ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେମାନଙ୍କ ସୁଧ ହାର ହ୍ରାସ କରିଛନ୍ତି ।

ABOUT THE AUTHOR

...view details