ଓଡିଶା

odisha

ETV Bharat / business

SBIର ନୂଆ ବର୍ଷ ଭେଟି; ଶସ୍ତା ହେବ ଗୃହ-ଗାଡି ଋଣ - ଏସବିଆଇ ଋଣ ଶସ୍ତା

ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଇଛି ଏସବିଆଇ । ବ୍ୟାଙ୍କ ଏହାର ଏକ୍ସଟର୍ନାଲ ବେଞ୍ଚମାର୍କ ରେଟ((EBR) 25 ବେସିସ ପଏଣ୍ଟ ହ୍ରାସ କରିଛି । ଫଳରେ ଗୃହ ଏବଂ ଗାଡି ଋଣ ବହୁତ ଶସ୍ତା ହେବ ।

SBI home loan EMIs to fall
ଏସବିଆଇର ନୂଆ ବର୍ଷ ଭେଟି , ଶସ୍ତା ଗୃହ ଓ ଗାଡି ଋଣ

By

Published : Dec 31, 2019, 2:36 PM IST

ନୂଆଦିଲ୍ଲୀ: ଗ୍ରାହକଙ୍କୁ ନୂଆ ବର୍ଷ ଭେଟି ଦେଇଛି ଏସବିଆଇ । ବ୍ୟାଙ୍କ ଏହାର ଏକ୍ସଟର୍ନାଲ ବେଞ୍ଚମାର୍କ ରେଟ((EBR) 25 ବେସିସ ପଏଣ୍ଟ ହ୍ରାସ କରିଛି । ଫଳରେ ଗୃହ ଏବଂ ଗାଡି ଋଣ ବହୁତ ଶସ୍ତା ହେବ । 2020 ଜାନୁଆରୀ ପହିଲାରୁ ଏହି ନୂଆ ନିୟମ ଲାଗୁ ହେବ ।

ନୂଆ ଘର କିଣିବାକୁ ଚାହୁଁଥିଲେ ଆଉ ଟେନସନ ନାହିଁ । ଏସବିଆଇ ମାତ୍ର 7.90 ପ୍ରତିଶତ ସୁଧରେ ଋଣ ଦେବ । ପୂର୍ବରୁ ଏହା 8.18 ପ୍ରତିଶତ ଥିଲା ।

ଏକ୍ସଟର୍ନାଲ ବେଞ୍ଚମାର୍କଭିତ୍ତିକ ସୁଧହାର ବାର୍ଷିକ 25 ବେସିସ ପଏଣ୍ଟ କମିଛି । ଫଳରେ ଏହା 8.05 ପ୍ରତିଶରୁ କମି 7.80% ହୋଇଛି । କେବଳ ନୂଆ ନୁହେଁ ପୁରୁଣା ଗୃହ ଋଣ ଓ ଏମଏସଏମଇ ଋଣଗ୍ରହୀତାଙ୍କ ପାଇଁ ମଧ୍ୟ ସୁଧହାର 25 ବେସିସ ପଏଣ୍ଟ କମିଛି ।

ପ୍ରକାଶ ଯେ, ରେପୋରେଟ ଆଧାରରେ ବ୍ୟାଙ୍କଗୁଡିକ ନିଜ ଏକ୍ସରର୍ନାଲ ବେଞ୍ଚମାର୍କ ସଂଶୋଧନ କରନ୍ତୁ । ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଏହି ରେପୋରେଟକୁ 5.15 ପ୍ରତିଶତ ରଖିଛି । ଆଉ ଏହା ସହ ଜଡିତ ଅଛି ଏସବିଆଇର ଇବିଆର ।

ABOUT THE AUTHOR

...view details