ମୁମ୍ବାଇ: ଦେଶର ବୃହତ୍ତ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର । ଲଗାତାର 10ମ ଥର ପାଇଁ କମିଲା ସୁଧ ହାର । ବୁଧବାର ଏସବିଆଇ ମାର୍ଜିନାଲ କାଷ୍ଟ ଅଫ ଲେଣ୍ଡିଂ ରେଟ (ଏମସିଏଲଆର)କୁ 0.15 ପ୍ରତିଶତ ହ୍ରାସ କରିଛି । ଫଳରେ ଏମସିଏଲଆର ଏବେ 7.45 ପ୍ରତିଶତରେ ପହଞ୍ଚିଛି । ମାର୍ଚ୍ଚ 10ରୁ ଏହି ନୂତନ ଦର ଲାଗୁ ହେବ ।
ଏକ ବର୍ଷ ପାଇଁ ବ୍ୟାଙ୍କ MCLR କୁ 0.10 ପ୍ରତିଶତ ହ୍ରାସ କରିଛି । ଯାହା 7.85 ପ୍ରତିଶତରୁ 7.75 ପ୍ରତିଶତକୁ ଖସି ଆସିଛି । ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷରେ ଲଗାତାର ଦଶମ ଥର ପାଇଁ ବ୍ୟାଙ୍କ MCLR କାଟ କରିଛି । ଗୋଟିଏ ଦିନ ଏବଂ ଏକ ମାସ ପାଇଁ MCLR 0.15 ପ୍ରତିଶତ ହ୍ରାସ କରାଯାଇଛି । ଫଳରେ 7.45 ପ୍ରତିଶତରେ ପହଞ୍ଚିଛି ।