ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ ଦେଶର ବୃହତ୍ତମ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ଆଶ୍ବସ୍ତି । ଜୁନ 30 ପର୍ଯ୍ୟନ୍ତ ଏଟିଏମରୁ ବିନା କୌଣସି ଶୁଳ୍କରେ ଆପଣ ଟଙ୍କା ନେଣଦେଇ କରିପାରିବେ ।
ଚାର୍ଜ ଫ୍ରି ହେଲା ଏସବିଆଇ ଏଟିଏମ କାର୍ଡ ଟ୍ରାଞ୍ଜାକକ୍ସନ - ଏସବିଆଇ ଏଟିଏମ
ଏସବିଆଇ ଏଟିଏମଧାରୀ ଏବେ ଯେକୌଣସି ବ୍ୟାଙ୍କ ଏଟିଏମରୁ ବାରମ୍ବାର ଟଙ୍କା ଉଠାଇଲେ ମଧ୍ୟ କୌଣସି ଶୁଳ୍କ ଭରିବାକୁ ପଡିବ ନାହିଁ । ଅଧିକ ପଢନ୍ତୁ..
ଏହା ଅନୁଯାୟୀ ଏସବିଆଇ ଏଟିଏମଧାରୀ ଯେକୌଣସି ବ୍ୟାଙ୍କ ଏଟିଏମରୁ ବାରମ୍ବାର ଟଙ୍କା ଉଠାଣଲେ ମଧ୍ୟ ଶୁଳ୍କ ବା ଚାର୍ଜ ଭରିବାକୁ ପଡିବ ନାହିଁ । ଗତ ମାସରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, ଲକଡାଉନ ସମୟରେ ଗ୍ରାହକଙ୍କୁ ଆଶ୍ବସ୍ତି ଦେବା ପାଇଁ 3 ମାସ ପର୍ଯଅୟନ୍ତ ମିନିମମ ବ୍ୟାଙ୍କ ବାଲାନ୍ସ ନେଇ ମଧ୍ୟ କୌଣସି ଚାର୍ଜ ଆଦାୟ ହେବ ନାହିଁ । ଏପରିକି ଯେକୌଣସି ଏଟିଏମରୁ ଟ୍ରାଞ୍ଜାକ୍ସନ ମଧ୍ୟ ଫ୍ରି ରହିବ ।
ଦେଶବ୍ୟାପି ଲକଡାଉନ ଜାରି ରହିଛି । ଏପରି ସମୟରେ ଟଙ୍କା ଉଠାଣ ଓ ଭରିବାରେ ଯେପରି ଗ୍ରାହକଙ୍କୁ ସମସ୍ୟା ନ ହେବ ସେଥିପାଇଁ ଏ ନେଇ ନିଷ୍ପତ୍ତି ନିଆଯାଇଛି । ତେବେ ଏ ସମ୍ବନ୍ଧରେ ନିଜ ଗ୍ରାହକଙ୍କୁ ଏକ ଇମେଲ ପଠାଇ ଏସବିଆଇ କହିଛି ଯେ, ଅର୍ଥମନ୍ତ୍ରାଣଳୟ ଦ୍ବାରା କରାଯାଇଥିୂା ଘୋଷଣାକୁ ନଜରରେ ରଖି ଆମ ବ୍ୟାଙ୍କ ଏଟିଏମ ବ୍ୟାବହାର ଚାର୍ଜକୁ ଜୁନ 30 ଯାଏଁ ଛାଡ କରିଛି । ଏହି ନିୟମ ଏସବିଆଇ ହେଉ କି ଅନ୍ୟ କୌଣସି ଏଟିଏମରେ ଉପଯୋଗ ହୋଇପାରିବ ।