ନୂଆଦିଲ୍ଲୀ, ଜୁନ 4ରେ ସାମସଙ୍ଗ ଭାରତରେ ଲଞ୍ଚ କରିବ ନିଜ ମିଡ ରେଞ୍ଜ ସ୍ମାର୍ଟଫୋନ ଗ୍ୟାଲେକ୍ସି ଏ31 । ସେମାବାର ଏ ନେଇ କମ୍ପାନୀ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି ।
ଜୁନ 4ରେ ଲଞ୍ଚ୍ ହେବ ସାମସଙ୍ଗ Galaxy A31, ଜାଣନ୍ତୁ ଏହାର ଫିଚର - ଭାରତରେ ଲଞ୍ଚ ହେବ ଗ୍ୟାଲେକ୍ସି ଏ31
ଜୁନ 4ରେ ଭାରତ ବଜାରକୁ ଆସିବ ସାମସଙ୍ଗ Galaxy A31 । ଏହାର ଦାମ ପାଖାପାଖୀ 23 ହଜାର ଟଙ୍କା ରହିବ । ତେବେ କଣ ରହିଛି ଏହି ଫୋନର ବିଶେଷତ୍ବ .. ଜାଣନ୍ତୁ..
![ଜୁନ 4ରେ ଲଞ୍ଚ୍ ହେବ ସାମସଙ୍ଗ Galaxy A31, ଜାଣନ୍ତୁ ଏହାର ଫିଚର Galaxy A31](https://etvbharatimages.akamaized.net/etvbharat/prod-images/768-512-7341100-thumbnail-3x2-photojpeg.jpg)
ଜୁନ 4ରେ ଲଞ୍ଚ୍ ହେବ ସାମସଙ୍ଗ Galaxy A31
ଫୋନର ବିଶେଷତା
- ଏହି ଫୋନକୁ କ୍ବାଡ କ୍ୟାମେରା ସେଟଅପ ସହ ଅଣାଯିବ । ଯାହା 48 ଏମପି ମେନ ସେନ୍ସର ସମର୍ଥନ କରୁଥିବ ।
- ସାମସଙ୍ଗ ନିଜ ଟିଜରରେ ଖୁଲାସା କରିଛି କି, ଏହି ସ୍ମାର୍ଟଫୋନ 6.4 ଇଞ୍ଚରେ ଆସିବ। ଏଥିରେ ସୁପର ଏମୋଲ୍ଡ ଡିସପ୍ଲେ ଲାଗିଛି । ଏଥିସହ 15 ୱାଟ ର ଫାଷ୍ଟ ଚାର୍ଜିଙ୍ଗ ସହ ଏଥିରେ 5,000 ଏମଏଏଚର ଏକ ବ୍ୟାଟେରୀ ମଧ୍ୟ ରହିଛି ।
- ଏହାର ଦାମ ପାଖାପାଖୀ 23 ହଜାର ଟଙ୍କା ରହିପାରେ ।
- ଗ୍ୟାଲେକ୍ସି ଏ31 କେବଳ 6-128 ଜିବି ୱାରେଣ୍ଟିରେ ଆସିବା ସମ୍ଭାବନା ରହିଛି ।
- 20 ଏମପି ଫ୍ରଣ୍ଟ କ୍ୟାମେରା ସହ ଏହି ଡିଭାଇସ ସାମସଙ୍ଗର ସମସ୍ତ ଅନଲାଇନ ଓ ଅଫଲାଇନ ପ୍ଲାର୍ଟଫର୍ମରେ ବିକ୍ରି ହେବ ।
- ଇ-କମର୍ସ ପ୍ଲାର୍ଟଫର୍ମରେ ମଧ୍ୟ ଏହା ବିକ୍ରି ପାଇଁ ଉପଲବ୍ଧ କରାଯିବ ।
- ବର୍ତ୍ତମାନ ସୁଦ୍ଧା ସାମସଙ୍ଗ ଭାରତରେ 2 ଗ୍ୟାଲେକ୍ସି ଏ ଡିଭାଇସ ଲଞ୍ଚ କରିସାରିଛି ।