ମୁମ୍ବାଇ: ଆଉ କେଇଟା ଦିନ ପରେ ଆଗତ ହେବ 2020-21 ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଏ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିଭିନ୍ନ ଦିଗ ଉପରେ ଗୁରୁତ୍ବ ପାଇଁ ଦେଇଛନ୍ତି ମତ । ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ସରକାରଙ୍କୁ ଜଣାଇଛନ୍ତି ଶକ୍ତିକାନ୍ତ ।
ବଜେଟ 2020: ଅର୍ଥନୀତିକୁ ଟ୍ରାକକୁ ଫେରେଇବାକୁ ପରାମର୍ଶ ଦେଲେ ଶକ୍ତିକାନ୍ତ - କେନ୍ଦ୍ର ବଜେଟ 2020
ବଜେଟ ପୂର୍ବରୁ ସରକାରଙ୍କୁ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ପରାମର୍ଶ । ଆର୍ଥିକ ଅଭିବୃଦ୍ଧିକୁ ପୁଣି ଟ୍ରାକକୁ ଆଣିବା ପାଇଁ ସରଞ୍ଚନାତ୍ମକ ସୁଧାରର ଆବଶ୍ୟକା ରହିଛି । ଏଥିସହ ଚାହିଦା ବୃଦ୍ଧି ବି ଜରୁରୀ ବୋଲି କହିଛନ୍ତି ଶକ୍ତିକାନ୍ତ ।
ଅର୍ଥନୀତିକୁ ଟ୍ରାକକୁ ଫେରେଇବାକୁ ପରାମର୍ଶ ଦେଲେ ଶକ୍ତିକାନ୍ତ
ଏଥର ବଜେଟରେ ଚାହିଦା ବୃଦ୍ଧି ଓ ଅଭିବୃଦ୍ଧି ହାରକୁ ଗତିଶୀଳ ପାଇଁ ସରଞ୍ଚନାତ୍ମକ ଓ ଅଧିକ ଆର୍ଥିକ ଉପାୟର ଆବଶ୍ୟକତା ରହିଛି । ଆଉ ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ମୁଦ୍ରାନୀତିର ନିର୍ଦ୍ଦିଷ୍ଟ ସୀମା ରହିଛି ।
ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳ ଅଧିନରେ ଫେବୃଆରୀ ପହିଲାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏପରି ସମୟରେ ସାଧାରଣ ବଜେଟ ଆସୁଛି, ଯେବେ ସରକାର ଓ ଆରବିଆଇର ଜିଡିପି ଆକଳନ 5 ପ୍ରତିଶତକୁ ହ୍ରାସ ପାଇଛି । ଯାହା 11 ବର୍ଷରେ ସର୍ବନିମ୍ନ ।