ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କର 33 ପ୍ରତିଶତ ଶାଖା ଗ୍ରାମାଞ୍ଚଳରେ ରହିଛି । ସୋମବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏନେଇ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, 2029 ଜୁନ 30 ସୁଦ୍ଧା ସାର୍ବଜନୀନ ବ୍ୟାଙ୍କର ମୋଟ 87,526 ଶାଖା ଥିଲା । ସେଥିମଧ୍ୟରୁ 28,815(33 ପ୍ରତିଶତ) ବ୍ୟାଙ୍କ ଶାଖା ଗ୍ରାଣୀଣ କ୍ଷେତ୍ରରେ ରହିଛି । ଲୋକସଭାକୁ ଦିଆଯାଇଥିବା ଏକ ଲିଖିତ ଜବାବରେ ବିଭାଗୀୟ ମନ୍ତ୍ରାଣଳୟ ପକ୍ଷରୁ ଦର୍ଶାଇଛି ଯେ, 2016-17 ସାର୍ବଜନୀନ ବ୍ୟାଙ୍କର ମୋଟ 2,168 ଶାଖା ଖୋଲାଯାଇଛି । ଏହା ବ୍ୟତିତ 2017-18 ରେ 834 ଏବଂ 2018-19ରେ 438 ଶାଖା ଖୋଲିଛି । ସେହିପରି 2019-20 (ଜୁନ 30 ସୁଦ୍ଧା) 86 ନୂଆ ଶାଖା ଖୋଲାଯାଇଛି । ଏଭଳି ଭାବେ ଘରୋଇ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା 32,083 ରହିଥିଲା । ଯେଉଁଥିରୁ 6,846 (21 ପ୍ରତିଶତ) ଗ୍ରାମୀଣ କ୍ଷେତ୍ରରେ ଅବସ୍ଥିକ ।