ମୁମ୍ବାଇ: ନିବେଶକଙ୍କ ଧାରଣା ମଜବୁତ ଓ ଘରୋଇ ସେୟାର ବଜାରରେ ବୃଦ୍ଧି ମଧ୍ୟରେ ଟଙ୍କା ଓଜନ ବଢିଛି । ବିଦେଶୀମୁଦ୍ରା ବିନିମୟ ବଜାରରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ବଳବାନ ହୋଇଛି । ଆମେରିକା ମୁଦ୍ରା ତୁଳନାରେ ଟଙ୍କା 58 ପଇସା ବଢି 74.35 ରେ ବନ୍ଦ ହୋଇଛି ।
ଡଲାର ଓଜନ ହ୍ରାସ, ଟଙ୍କା 58 ପଇସା ବଳବାନ - ଟଙ୍କା ମୂଲ୍ୟ ହ୍ରାସ
ବିଦେଶୀମୁଦ୍ରା ବିନିମୟ ବଜାରରେ ଶୁକ୍ରବାର ଡଲାର ତୁଳନାରେ ଟଙ୍କା ବଳବାନ ହୋଇଛି । ଆମେରିକା ମୁଦ୍ରା ତୁଳନାରେ ଟଙ୍କା 58 ପଇସା ବଢି 74.35 ରେ ବନ୍ଦ ହୋଇଛି । ଅଧିକ ପଢନ୍ତୁ..

rupee gained 58 paise to end at rs 74.35 per dollar.
ଅନ୍ତରବ୍ୟାଙ୍କ ବିଦେଶୀ ବିନିମୟ ବଜାରରେ ଡଲାର ତୁଳନାରେ ଟଙ୍କା 74.76 ରେ ଖୋଲିଥିବା । ଆଉ କାରବାର ସମୟରେ ଟଙ୍କା ଦିନର ସର୍ବୋଚ୍ଚ ସ୍ତର 74.28 ଓ ନିମ୍ନ ସ୍ତର 74.76 କୁ ଛୁଇଁଥିଲା । ହେଲେ ଶେଷରେ ଟଙ୍କା ଏହାର ପୂର୍ବ କାରବାର ବନ୍ଦ ମୂଲ୍ୟ ତୁଳନାରେ 58 ପଇସା ସୁଦୃଢ ହୋଇ 74.35 ରେ ବନ୍ଦ ହୋଇଛି । ଗୁରୁବାର ଏହା ଡଲାର ପ୍ରତି 74.93 ଟଙ୍କାରେ ବନ୍ଦ ହୋଇଥିଲା ।
ଏଥିମଧ୍ୟରେ ବିଶ୍ବର ଛଅ ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ସ୍ଥିତି ଦର୍ଶାଉଥିବା ଡଲାର ସୂଚକାଙ୍କ 0.09 ପ୍ରତିଶତ ହ୍ରାସ ସହ 91.59 ରହିଥିଲା । ଶୁକ୍ରବାର ବିଏସଇ ଓ ଏନଏସଇ ବି ଉପରମୁହାଁ ରହିଛି ।