ଓଡିଶା

odisha

ETV Bharat / business

ଡଲାର ଦୁର୍ବଳ, 1 ମାସର ସର୍ବୋଚ୍ଚ ସ୍ତରରେ ଟଙ୍କା

ଗୁରୁବାର କାରବାର ସମୟରେ ଟଙ୍କାର ବିନିମୟ ମୁଲ୍ୟ ମଜବୁତ ହୋଇ 74.97 ଟଙ୍କା ରହିଛି । ଏହା ପୂର୍ବରୁ ଦେଶର ମୁଦ୍ରା ମୁଲ୍ୟ 74.83 ଟଙ୍କା ଥିଲା । ଅଧିକ ପଢ଼ନ୍ତୁ...

rupee at one month high against dollar
ଡଲାର ଦୁର୍ବଳ, 1 ମାସର ସର୍ବୋଚ୍ଚ ସ୍ତରରେ ଟଙ୍କା

By

Published : May 1, 2020, 12:29 AM IST

ମୁମ୍ବାଇ: ଡଲାର ତୁଳନାରେ ଟଙ୍କା ବଳବାନ । ବୈଶ୍ବିକ ସଙ୍କେତ ସକରାତ୍ମକ ସହ ଗୁରୁବାର ଟଙ୍କାର ବିନିମୟ ମୁଲ୍ୟ ବଢିଛି । ଯାହାକି 1 ମାସର ସର୍ବୋଚ୍ଚମ ସ୍ତର । ଗୁରୁବାର କାରବାର ସମୟରେ ଟଙ୍କାର ବିନିମୟ ମୁଲ୍ୟ ମଜବୁତ ହୋଇ 74.97 ଟଙ୍କା ରହିଛି । ଏହା ପୂର୍ବରୁ ଦେଶର ମୁଦ୍ରା ମୁଲ୍ୟ 74.83 ଟଙ୍କା ଥିଲା ।

ଡଲାର ତୁଳନାରେ ଭାରତୀୟ ମୁଦ୍ରା 51 ପଇସା ଦୁର୍ବଳ ହୋଇ 75,16 ଟଙ୍କାରେ କାରବାର କରୁଥିଲା । ପରେ ପୁଣି ଏହା ସୁଦୃଢ ହୋଇ 74.97ରେ ପହଞ୍ଚିଛି । ଗତ ସପ୍ତାହରେ ଏହା 75.67ରେ ବନ୍ଦ ହୋଇଥିଲା ।

ବିଶ୍ବର 6 ପ୍ରମୁଖ ମୁଦ୍ରା ତୁଳନାରେ ଡଲାର ଶକ୍ତି ସୂଚାଉଥିବା ସୂଚକ ଡଲାର ଇଣ୍ଡେକ୍ସ ଗୁରୁବାର 0.05 ପ୍ରତିଶତ ଦୁର୍ବଳ ହୋଇଛି ।

ABOUT THE AUTHOR

...view details