ଓଡିଶା

odisha

ETV Bharat / business

ଟଙ୍କାକୁ ଦୁର୍ବଳ କଲା କୋରୋନା - Rupee value fall

ନଇଁଲା ଟଙ୍କା । ବଳବାନ ହେଲା ଡଲାର । କୋରୋନା ଭାଇରସ ପ୍ରକୋପ ଓ ଅଶୋଧିତ ତୈଳ ଦାମ ହ୍ରାସ ପରେ ଦୁର୍ବଳ ହେଉଛି ଟଙ୍କାର ବିନିମୟ ମୁଲ୍ୟ । ଅଧିକ ପଢନ୍ତୁ...

Rupee already above 74/$, likely to see further volatility
ଟଙ୍କାକୁ ଦୁର୍ବଳ କଲା କୋରୋନା

By

Published : Mar 10, 2020, 6:25 PM IST

Updated : Mar 10, 2020, 7:51 PM IST

ନୂଆଦିଲ୍ଲୀ: ଅଶୋଧିତ ତୈଳ ଦାମ ହ୍ରାସ ଓ କୋରୋନା ଭାଇରସ ପ୍ରଭାବରେ ଉଥଳପୃଥଳ ବିଶ୍ବ ବଜାର । ସେୟାର ବଜାର ଠାରୁ ଶିଳ୍ପ ସବୁ ବାଧାପ୍ରାପ୍ତ । ଏହାର ପ୍ରକୋପରେ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହୋଇଛି । ଏକ ଡଲାର ପିଛା ଟଙ୍କାର ମୂଲ୍ୟ 74.17 ଟଙ୍କାରେ ପହଞ୍ଚିଛି ।

ସୋମବାର ସେନସେକ୍ସ 1941 ପଏଣ୍ଟ ହ୍ରାସ ପରେ ଟଙ୍କା ମୁଲ୍ୟ 17 ମାସର ସର୍ବନିମ୍ନ ସ୍ତରକୁ ଖସି ଡଲାର ପିଛା 74.17ରେ ପହଞ୍ଚିଥିଲା । ଏଥିଯୋଗୁଁ ବ୍ଲୁମବର୍ଗ ରିପୋର୍ଟରେ ଟଙ୍କା ସବୁଠୁ ଖରାପ ପ୍ରଦର୍ଶନ କରିଥିବା ଏସିଆ କରେନ୍ସି ଭାବେ ପ୍ରକାଶ ପାଇଥିଲା ।

ଗତ 10 ବର୍ଷ ଧରି ଟଙ୍କା ଯଥେଷ୍ଟ ଦୁର୍ବଳ ହୋଇଛି । ହେଲେ ଗତ 1 ମାସ ଧରି ଡଲାର ତୁଳନାରେ ଟଙ୍କା ମୁଲ୍ୟ ହ୍ରାସ ପାଇ 74 ଟଙ୍କାରେ ପହଞ୍ଚିଛି । ଯାହାକି ପୂର୍ବରୁ 74 ଥିଲା ।

କରୋନା ଭାଇରସ ମାମଲା ବୃଦ୍ଧି, ସାଉଦି ଓ ଋଣ ଭିତରେ ପ୍ରାଇସ ୱାର ଯୋଗୁଁ ଅଶୋଧିତ ତୈଳ ହ୍ରାସ ଆଦି କାରଣରୁ ବିଶ୍ବ ଅର୍ଥନୀତିରେ ଗୁରୁତର ଅବନତି ହେଉଛି । ଆଗକୁ ସ୍ଥିତି ଏଭଳି ରହିଲେ ବିପୁଳ ପରିମାଣରେ କ୍ଷତି ହେବ ବୋଲି ଆର୍ଥିକ ଏଜେନ୍ସି ପକ୍ଷରୁ ଅନୁମାନ କରାଯାଉଛି ।

Last Updated : Mar 10, 2020, 7:51 PM IST

ABOUT THE AUTHOR

...view details