ନୂଆଦିଲ୍ଲୀ: ବ୍ୟାଙ୍କ ଶାଖା ବନ୍ଦ ହୋଇନାହିଁ । ଏନେଇ ଗୁଜବ ପ୍ରଚାର କରାଯାଉଛି । ବରଂ ଲକଡାଉନ ସମୟରେ ଗ୍ରାହକଙ୍କ ସେବା ପାଇଁ ଶାଖା ପ୍ରତିଶ୍ରୁତିବଦ୍ଧ । ଏଥିସହ ଏଠାରେ ନଗଦର ଆଦୌ ଅଭାବ ନାହିଁ । ଶୁକ୍ରବାର ଏ ନେଇ ଆର୍ଥିକ ସେବା ସଚିବ ଦେବଶିଷ ପଣ୍ଡା ସ୍ପଷ୍ଟ କରିଛନ୍ତି।
ବ୍ୟାଙ୍କ ବନ୍ଦ ଖବର ଗୁଜବ, ଖୋଲା ଅଛି ଗ୍ରାହକ ସେବା କେନ୍ଦ୍ର: ଅର୍ଥମନ୍ତ୍ରାଣଳୟ - bank open
ବ୍ୟାଙ୍କ ଶାଖା ବନ୍ଦ ହେବା ଗୁଜବକୁ ବିଶ୍ୱାସ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଛି ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ ।
ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା ଆର୍ଥିକ ସେବା ବିଭାଗ, ଗ୍ରାହକ ସେବା ଯୋଗାଉଥିବା ବ୍ୟାଙ୍କ ଶାଖା ବନ୍ଦ ହେବାର ଗୁଜବକୁ ବିଶ୍ୱାସ ନ କରିବାକୁ ଲୋକଙ୍କୁ ଅନୁରୋଧ କରିଛି। ପଣ୍ଡା ଟ୍ୱିଟ୍ କରି କହିଛନ୍ତି, "ଗ୍ରାହକ ସେବା ଯୋଗାଉଥିବା ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ଏବଂ ସେମାନେ ସେବା ଯୋଗାଇବା ଜାରି ରଖିବେ ।
ସେହିପରି ବ୍ୟାଙ୍କ ଶାଖା ଓ ଏଟିଏମରେ ପର୍ଯ୍ୟାପ୍ତ ପରିମାଣରେ ନଗଦ ରହିଛି । ତେବେ ବ୍ୟାଙ୍କ ବନ୍ଦ ନାହିଁ । ତେବେ କୋରୋନା ସଂକ୍ରମଣକୁ ରୋକିବା ପାଇଁ ଅଧିକ ସଂଖ୍ୟାରେ ଲୋକଙ୍କୁ ବ୍ୟାଙ୍କ ନ ଆସିବା ପାଇଁ ଅନୁରୋଧ କରାଯାଉଛି । ଜରୁରୀ କାମ ଥିଲେ ହିଁ ବ୍ୟାଙ୍କ ଆସିବାକୁ କୁହାଯାଉଛି । ଯାହା ଫଳରେ ବ୍ୟାଙ୍କ କାମରେ ବାଧା ନ ଆସିବା ସହ ସାମାଜିକ ଦୂରତା ଜାରି ରହିବ ।