ଗୌହାଟୀ: ଆସାମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଘୋଷିତ କୋଭିଡ ପ୍ୟାକେଜ ଅଧିନରେ 28 ହଜାର ଏମଏସଏମଇ କୁ 933 କୋଟି ଟଙ୍କା ବଣ୍ଟନ ହୋଇଛି । ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ କହିଛନ୍ତି ।
ଆସାମରେ 28,000 MSMEକୁ ଦିଆଯାଇଛି 933 କୋଟି ଟଙ୍କା - COVID-19 package
କୋଭିଡ ପ୍ୟାକେଜ ଅଧିନରେ 28 ହଜାର ଏମଏସଏମଇକୁ 933 କୋଟି ଟଙ୍କା ବଣ୍ଟନ ହୋଇଛି । ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ କହିଛନ୍ତି । ଅଧିକ ପଢନ୍ତୁ..

କୋରୋନା ଭାଇରସ ମହାମାରୀ ମଧ୍ୟରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ବୁଷ୍ଟର ଦେବା ପାଇଁ ପିଏମ 20 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ । ଏଥିରେ ବିଶେଷ କରି ଏମଏସଏମଇ ସେକ୍ଟର ପାଇଁ 3 ଲକ୍ଷ କୋଟି ଟଙ୍କାର ପ୍ୟାକେଜ ରହିଛି ।
ସୋନଓ୍ବାଲ କହିଛନ୍ତି କି , ତାଙ୍କ ସରକାର ଆସାମ ଚା’ ଉଦ୍ୟୋଗର ଶ୍ରମିକମାନଙ୍କୁ ମାଗଣାରେ ଘର ଯୋଗାଇବା ପାଇଁ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛି। ଏଥିସହ ସେ କହିଛନ୍ତି କି, ସମଗ୍ର ରାଜ୍ୟରେ 28,000 ଏମଏସଏମଇ ୟୁନିଟକୁ ପୂର୍ବରୁ ହିଁ 933 କୋଟି ଟଙ୍କା ଋଣ ବିତରଣ ସରିଛି । ଏତଦ ବ୍ୟତୀତ କୋରୋନାରେ ଗୁରୁତର ହୋଇପଡିଥିବା ଏମଏସଏମଇ ସେକ୍ଟରକୁ ସହାୟତା ପାଇଁ ପିଏମଙ୍କ ଦ୍ବାରା ଘୋଷିତ ଯୋଜନା ଅଧିନରେ 66,000 ଏମଏସଏମଇକୁ କଭର କରାଯିବ । କ୍ଷୁଦ୍ର ଉଦ୍ୟୋଗୀଙ୍କୁ ବିନା ଗ୍ୟାରେଣ୍ଟିରେ ଋଣ ଉପଲବ୍ଧ କରିବାକୁ ସୁବିଧା ପ୍ରଦାନ କରାଯାଇଛି ।