ଓଡିଶା

odisha

ETV Bharat / business

ଗୃହ ନିର୍ମାଣ ପାଇଁ 3 ହଜାର କୋଟି ବ୍ୟୟବରାଦ, 5 ଲକ୍ଷ ପକ୍କା ଘର ଲକ୍ଷ୍ୟ - ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ

ବଜେଟରେ ଗୃହ ନିର୍ମାଣକୁ 3 ହଜାର କୋଟି ବ୍ୟୟବରାଦ । 5 ଲକ୍ଷ ପକ୍କା ଘର ଲକ୍ଷ୍ୟ । ଅଧିକ ପଢନ୍ତୁ...

5 ଲକ୍ଷ ପକ୍କା ଘର ଲକ୍ଷ୍ୟ
5 ଲକ୍ଷ ପକ୍କା ଘର ଲକ୍ଷ୍ୟ

By

Published : Feb 22, 2021, 7:06 PM IST

ଭୁବନେଶ୍ବର: ବିଧାନସଭାରେ ଆଗତ ହୋଇଛି ଚଳିତ ଆର୍ଥିକ ବର୍ଷ 2021-22ର ଆୟବ୍ୟୟ ଅଟକଳ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ବଜେଟ ଆଗତ କରିଛନ୍ତି । ବଜେଟରେ ଗୃହ ନିର୍ମାଣକୁ ଗୁରୁତ୍ବ ଦିଆଯାଇଛି ।

ଏନେଇ ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଛନ୍ତି,‘ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ଵରେ, PMAY–ଗ୍ରାମାଞ୍ଚଳ ଏବଂ ବିଜୁ ପକ୍କାଘର ଯୋଜନାର ସମ୍ମନ୍ଵୟରେ ଗ୍ରାମାଞ୍ଚଳରେ ବାସଗୃହ ନିର୍ମାଣ କରି ଜନସାଧାରଣଙ୍କ ଆଶ୍ରୟ ନିରାପତ୍ତା ସୁନିଶ୍ଚିତ କରିବାରେ ଓଡିଶା ଏକ ଅଗ୍ରଣୀରାଜ୍ୟ ପାଲଟିଛି ।’

ଏହାସହ 2021-22 ଆର୍ଥିକ ବର୍ଷରେ ଅଧିକ 5 ଲକ୍ଷ ପକ୍କାଘର ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଯେଉଁଥିପାଇଁ 3 ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେପଟେ 2015 ମସିହାରୁ ସହରାଞ୍ଚଳ ପାଇଁ ଓଡିଶା ସହରାଞ୍ଚଳ ବାସଗୃହ ମିଶନ ଯୋଜନାର ଶୁଭାରମ୍ଭ ହୋଇଛି । ଏଥିପାଇଁ 2021-22 ଆର୍ଥିକ ବର୍ଷରେ ହିତାଧିକାରୀଙ୍କ ଦ୍ବାରା ସ୍ବଳ୍ପମୂଳ୍ୟର ବାସଗୃହ ନିର୍ମାଣ ଏବଂ ବସ୍ତି ଉନ୍ନୟନ ଅଂଶସ୍ବରୂପ 20 ହଜାର ବାସସ୍ଥଳୀ ନିର୍ମାଣ ଲାଗି 3 ଶହ କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details