ସହରୀ ଗରିବଙ୍କ ପାଇଁ 11 ହଜାର କୋଟି ସହାୟତା - ସହରୀ ଗରିବ
ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଦର ଦ୍ବିତୀୟ କିସ୍ତି ଉପରେ ସୂଚନା ଦେଇଛନ୍ତି । ଏଥିରେ ସହରୀ ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ଫୋକସରେ ରଖାଯାଇଛି ।
ସହରୀ ଗରିବଙ୍କ ପାଇଁ 11 ହଜାର କୋଟି ସହାୟତା
ନୂଆଦିଲ୍ଲୀ: ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ପ୍ୟାକେଜର ଦ୍ବିତୀୟ କିସ୍ତି ଉପରେ ସୂଚନା ଦେଇଛନ୍ତି । ଏଥିରେ ସହରୀ ଗରିବ ଓ ପ୍ରବାସୀ ଶ୍ରମିକଙ୍କୁ ଫୋକସରେ ରଖାଯାଇଛି । ଏଥିପାଇଁ 11,002 କୋଟି ଟଙ୍କାର ସହାୟତା ରାଜ୍ୟମାନଙ୍କୁ ଦିଆଯାଇଛି ।
- ବେଘର ଲୋକଙ୍କୁ 3 ଓଳିର ଖାଦ୍ୟ ଯୋଗାଇ ଦିଆଯାଉଛି ।
- 12 ହଜାର ଏସଏଚଜି ଗୋଷ୍ଠୀ 3 ଲକ୍ଷ କୋଟି ମାସ୍କ ଓ 1.20 IMO ଲିଟର ସାନିଟାଇଜର ତିଆରି କରିଛନ୍ତି । ହାଇଜେନିକ ଖାଦ୍ୟ ପ୍ରସ୍ତୁତ କରି ବଣ୍ଟନ କରାଯାଉଛି । ଫଳରେ ବହୁ ମହିଳାଙ୍କୁ ରୋଜଗାର ମିଳିଛି । ଏଥିପାଇଁ କେନ୍ଦ୍ର ସରକାର ସହଯୋଗ କରିଛନ୍ତି ।
- ରାଜ୍ୟ ଜରୁରୀକାଳୀନ କୋଷ ବା SDRF ପାଣ୍ଠି ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ଯେପରି ପ୍ରବାସୀଙ୍କୁ ଖାଦ୍ୟ ଓ ରହିବାକୁ ଛାତ ଦିଆଯାଇପାରିବ । ଏଥିପାଇଁ କେନ୍ଦ୍ର ଟଙ୍କା ପଠାଉଛି ।
- 7,200 ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି |
- ନାବାର୍ଡ 29,500 କୋଟି ଋଣ ଗ୍ରାମୀଣ ବ୍ୟାଙ୍କକୁ ଦେଇଛି ।