ଓଡିଶା

odisha

ETV Bharat / business

ତୈଳ ଓ ଗ୍ୟାସ ପ୍ରକଳ୍ପରେ ଖର୍ଚ୍ଚ ହେବ 1.2 ଲକ୍ଷ କୋଟି ଟଙ୍କା - ତୈଳ କମ୍ପାନୀଙ୍କ ପୁଞ୍ଜି ବ୍ୟୟ

ଚଳିତ ଆର୍ଥିକ ବର୍ଷ ତୈଳ କମ୍ପାନୀଗୁଡିକ ତୈଳ ଏବଂ ଗ୍ୟାସ ଅନୁସନ୍ଧାନ , ଉତ୍ପାଦନ ଓ ବିଶୋଧନାଗାର ସମେତ ଅନ୍ୟାନ୍ୟ ପ୍ରକଳ୍ପରେ ଚଳିତ ଆର୍ଥିକ ବର୍ଷ 1.2 ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ଯୋଜନା ରଖିଛନ୍ତି । ଅଧିକ ପଢନ୍ତୁ...

Rs 1.2 lakh crore to be spent on oil, gas projects in FY21 : Government
Rs 1.2 lakh crore to be spent on oil, gas projects in FY21 : Government

By

Published : Aug 26, 2020, 12:34 PM IST

ନୂଆଦିଲ୍ଲୀ: ସାର୍ବଜନୀନ କ୍ଷେତ୍ରର ତୈଳ କମ୍ପାନୀଗୁଡିକ ତୈଳ ଏବଂ ଗ୍ୟାସ ଅନୁସନ୍ଧାନ , ଉତ୍ପାଦନ ଓ ବିଶୋଧନାଗାର ସମେତ ଅନ୍ୟାନ୍ୟ ପ୍ରକଳ୍ପରେ ଚଳିତ ଆର୍ଥିକ ବର୍ଷ 1.2 ଲକ୍ଷ କୋଟି ଟଙ୍କା ପୁଞ୍ଜି ବ୍ୟୟ ଯୋଜନା ରଖିଛନ୍ତି । କୋଭିଡ-19 ରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ଗତି ଦେବା ପାଇଁ ସରକାରଙ୍କ ପୁଞ୍ଜି ବ୍ୟୟ ବୃଦ୍ଧି ଉପରେ ଗୁରୁତ୍ୱ ଦେବା ମଧ୍ୟରେ ଏହି ଯୋଜନା କରାଯାଇଛି।

ଅଧିକାରୀଙ୍କ ବିବୃତ୍ତି ଅନୁସାରେ ଆସନ୍ତା 3 ବର୍ଷରେ 8,363 ଯୋଜନା ପାଇଁ 5.88 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ପାଇଁ ବଜେଟ ରଖାଯାଇଛି । ବିବୃତ୍ତିରେ କୁହାଯାଇଛି କି, ‘‘ ଏହି ପ୍ରକଳ୍ପଗୁଡିକର ଆନୁମାନିକ ମୂଲ୍ୟ ମଧ୍ୟରୁ ଚଳିତ ଆର୍ଥିକ ବର୍ଷରେ ପୁଞ୍ଜି ବ୍ୟୟ ହିସାବରେ 1.20 ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରାଯାଇଛି। ’’ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତେଲ ଏବଂ ଗ୍ୟାସ କମ୍ପାନୀ ପକ୍ଷରୁ ଜାରି ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି ।

ସଙ୍କଟକୁ ସୁଯୋଗରେ ପରିଣତ କରିବା ପାଇଁ ଏହି ସମୀକ୍ଷା କରାଯାଇଛି । ଏହା ଜରିଆରେ ପ୍ରକଳ୍ପଗୁଡ଼ିକରେ କାର୍ଯ୍ୟ ପରିସର ବଢାଇ ରୋଜଗାର ସୃଷ୍ଟି କରିବା ଏବଂ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ଲକ୍ଷ୍ୟ ରହିଛି । ବିବୃତ୍ତି ଅନୁଯାୟୀ ତୈଳ ଏବଂ ଗ୍ୟାସ କ୍ଷେତ୍ରର PSU ଏବଂ ସେମାନଙ୍କର ମିଳିତ ଉଦ୍ୟୋଗ ଏବଂ ଆନୁଷଙ୍ଗିକ ୟୁନିଟ ଗୁଡିକରେ ରିଫାଇନାରୀ ପ୍ରକଳ୍ପ, ବାୟୋ ରିଫାଇନାରୀ, ଅନୁସନ୍ଧାନ ଏବଂ ଉତ୍ପାଦନ ପ୍ରକଳ୍ପ, ପାଇପଲାଇନ, ସହର ଗ୍ୟାସ ବିତରଣ ପ୍ରକଳ୍ପ ଇତ୍ୟାଦି ଅନ୍ତର୍ଭୁକ୍ତ ।

ମନ୍ତ୍ରଣାଳୟ ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ 1.21 ଲକ୍ଷ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରିବାକୁ ଯୋଜନା ରହିଛି, ସେଥିମଧ୍ୟରୁ 26,576 କୋଟି ଟଙ୍କା 2020 ଅଗଷ୍ଟ 15 ସୁଦ୍ଧା ଖର୍ଚ୍ଚ ହୋଇସାରିଛି।

ABOUT THE AUTHOR

...view details