ଓଡିଶା

odisha

Coca Cola ବୋତଲ ହଟାଇଲେ ରୋନାଲ୍ଡୋ, କମ୍ପାନୀ ସହିଲା 4 ବିଲିୟନ ଡଲାର କ୍ଷତି

ସାମ୍ବାଦିକ ସମ୍ମିଳନୀରେ ଟେବୁଲ ଉପରୁ କୋକାକୋଲା ବୋତଲକୁ ଆଡେଇ ଦେଲେ ଫୁଟବଲର ରୋନାଲ୍ଡୋ । ଫଳରେ କମ୍ପାନୀକୁ ସହିବାକୁ ପଡିଛି 4 ବିଲିୟନ ଡଲାର କ୍ଷତି । ଦେଖନ୍ତୁ ଭିଡିଓ ...

By

Published : Jun 17, 2021, 9:44 PM IST

Published : Jun 17, 2021, 9:44 PM IST

PC ରେ କୋକାକୋଲା  ବୋତଲ ଆଡେଇଲେ ରୋନାଲଡୋ , କମ୍ପାନୀ ସହିଲା 4 ବିଲିୟନ ଡଲାର କ୍ଷତି
PC ରେ କୋକାକୋଲା ବୋତଲ ଆଡେଇଲେ ରୋନାଲଡୋ , କମ୍ପାନୀ ସହିଲା 4 ବିଲିୟନ ଡଲାର କ୍ଷତି

ବୁଡାପେଷ୍ଟ: ୟୁରୋପୀୟ ଚାମ୍ପିଅନସିପରେ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ତ୍ତୁଗୀଜ୍ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲଡୋ ନିଜ ଆଗରେ ଥିବା କୋକାକୋଲା ବୋତଲ ହଟେଇ ଦେଇଥିଲେ । ଫଳରେ ବିଶ୍ବର ନାମୀଦାନୀ ଅଗ୍ରଣୀ ପାନୀୟ କମ୍ପାନୀକୁ 4 ବିଲିୟନ ଡଲାର ଅର୍ଥାତ 29 ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କା କ୍ଷତି ସହିବାକୁ ପଡିଛି ।

ୟୁରୋ କପ 2020ର ପ୍ରମୁଖ ସ୍ପନସର ହେଉଛି ମୃଦ୍ୟୁ ପାନୀୟ କମ୍ପାନୀ କୋକା କୋଲା । ହେଲେ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ନିଜ ଟେବଲ ଉପରୁ କୋକାକୋଲା ବୋତଲ ଆଡେଇ ସାଇଡରେ ରଖିଥିଲେ । ଏପରିକି ସେ କୋକା କୋଲା ବୋତଲ ହଟାଇ ପାଣି ପିଇବାକୁ କହିଥିଲେ । ଯାହା ପରେ କମ୍ପାନୀଙ୍କୁ ପ୍ରବଳ କ୍ଷତି ସହିବାକୁ ପଡିଛି । ୟୁରୋ-2020 ହଙ୍ଗେରୀ ବିରୋଧରେ ପର୍ତ୍ତୁଗାଲର ମ୍ୟାଚ ପୂର୍ବରୁ ଏହି ଘଟଣା ଘଟିଛି ।

PC ରେ କୋକାକୋଲା ବୋତଲ ଆଡେଇଲେ ରୋନାଲଡୋ , କମ୍ପାନୀ ସହିଲା 4 ବିଲିୟନ ଡଲାର କ୍ଷତି

ରୋନାଲ୍ଡୋ ଫିଟନେସକୁ ନେଇ ବହୁତ ସତର୍କ । ଏଥିପାଇଁ ସେ ସବୁବେଳେ କାର୍ବୋନେଟିଡ ପାନୀୟ ପ୍ରତି ନିଜ ଅସହମତି ପ୍ରକାଶ କରିଥାନ୍ତି । ଏଣୁ ସେ ସାମ୍ବାଦିକ ସମ୍ମିଳନୀ ସମୟର ସାମ୍ନାରେ ଥିବା କୋକା କୋଲାର କାଚ ବୋତଲକୁ ସାଇଡ କରିଦେଇଥିଲେ । ଆଉ କୋକୋ କୋଲା ବଦଳରେ ପାଣିର ବୋତଲ ଉଠାଇ ପର୍ତ୍ତୁଗାଲୀ ଭାଷାରେ କହିଥିଲେ କି ‘ଅଗୁଆ’ ଅର୍ଥାତ ପାଣି । ତାଙ୍କ କଥାକୁ ଲାଗୁଥିଲା କି ସେ ଏଭଳି କୋଲ୍ଡଡ୍ରିଙ୍କ୍ସ ବଦଳରେ ପାଣିକୁ ଆପଣାଇବାକୁ ପରାମର୍ଶ ଦେଉଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ୟୁରୋ 2020 ର ଔପଚାରିକ ପ୍ରଯୋଜକମାନଙ୍କ ମଧ୍ୟରୁ କୋକାକୋଲା ର ସେୟାର ମୂଲ୍ୟ, ଏହା ଘଟଣାର ତୁରନ୍ତ ପରେ 56.10 ଡଲାରରୁ 55.22 ଡଲାରକୁ ଖସି ଆସିଛି। କୋକାକୋଲାର ବଜାର ମୂଲ୍ୟ ମଧ୍ୟ 242 ବିଲିୟନ ଡ଼ଲାରରୁ 238 ବିଲିୟନ ଡ଼ଲାରକୁ ହ୍ରାସ ହୋଇଛି । ଯାହା ଦ୍ବାରା ଏହା 4 ବିଲିୟନ ଡ଼ଲାରର କ୍ଷତି ସହିଛି ।

ତେବେ ଏହି ଘଟଣାର ପ୍ରତିକ୍ରିୟା ଦେଇ କୋକାକୋଲା କହିଛି କି , ‘‘ ପ୍ରତ୍ୟେକ ଲୋକ ନିଜ ସ୍ବାଦ ଓ ଆବଶ୍ୟକତା ହିସାବରେ ନିଜ ଡ୍ରିଙ୍କସ ଚୟନ କରିବାର ହକଦାର । ’’

ABOUT THE AUTHOR

...view details