ନୂଆଦିଲ୍ଲୀ: ଏଣିକି ବ୍ୟାଙ୍କରେ ଆକାଉଣ୍ଟାଣ୍ଟ ନୁହେଁ ରୋବଟ ଗଣିବ ଟଙ୍କା । ପ୍ରତିଦିନ ଟଙ୍କା ଉଠାଣ ଓ ଭରିବା ସମୟରେ ଶୀଘ୍ର ଓ ସଠିକ ଗଣତି ପାଇଁ ବ୍ୟାଙ୍କରେ ନିୟୋଜିତ ହେବେ ରୋବଟ । ହଁ ଏହା ବାସ୍ତବ । ଆଜିକା ଟେକ୍ନୋଲୋଜି ଯୁଗରେ ମଣିଷର କାମ ଚୁଟକିରେ ରୋବଟ କରୁଛି । ଏଥିପାଇଁ ନେଣଦେଣରେ ପ୍ରଥମ ଥିବା ଘରୋଇ ବ୍ୟାଙ୍କ ICICI ଏ ନେଇ ଯୋଜନା କରୁଛି ।
ICICI ବ୍ୟାଙ୍କର ଅପରେସନ ଓ କଷ୍ଟମ ସର୍ବିସର ପ୍ରମୁଖ ଅନୁଭୂତି ସଙ୍ଘ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ରୋବୋଟିକ ଆର୍ମସ ସବୁ ମୁମ୍ବାଇ ଓ ସାଙ୍ଗଲୀ (ମହାରାଷ୍ଟ୍ର), ନୂଆଦିଲ୍ଲୀ, ବେଙ୍ଗାଲୁରୁ ଓ ମଙ୍ଗଲୁରର, ଜୟପୁର, ହାଇଦ୍ରାବାଦ, ଚଣ୍ଡିଗଡ, ଭୋପାଲ, ରାୟପୁର, ସିଲିଗୁଡି ଓ ବାରଣାସୀରେ କାମ କରୁଛି ।