ନୂଆଦିଲ୍ଲୀ: ଦେଶର ସର୍ବବୃହତ୍ତ କର୍ପୋରେଟ ହାଉସ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ(ଆରଆଇଏଲ) ଏବେ ଦୁନିଆର ସବୁଠୁ ବଡ ତେଲ ଉତ୍ପାଦନକାରୀ କମ୍ପାନୀ ଆରକମ ମଧ୍ୟରେ ଚୁକ୍ତି ହେବାକୁ ଯାଉଛି । ଆରଆଇଏଲର ଏକ କ୍ଷୁଦ୍ର ଅଂଶଧନ କିଣିବା ପାଇଁ ସାଉଦିର ଏହି କମ୍ପାନୀ ପୁଞ୍ଜି ନିବେଶ ପାଇଁ ମଧ୍ୟ ପ୍ରୟାସ ଚଲାଇଛି ।
ଏହି ଚୁକ୍ତି କିଛି ଦିନ ଧରି ଚାଲିଛି । ତେବେ କୋଭିଡ-19 ପ୍ରକୋପ ଓ କଟକଣା ଯୋଗୁଁ ଏହା ଶୀଘ୍ର ପୂରଣ ନେଇ ସନ୍ଦେହ ଉପୁଜିଛି ।
ଆରଆଇଏଲ ନିଜ ଚତୁର୍ଥ ତ୍ରୈୟମାସ ରିପୋର୍ଟରେ ଜଣାଇଛି କି, କୋଭିଡ-19 ସଙ୍କଟ ଓ ଲକଡାଉନ ପରେ ବି O2C(ଅଏଲ ଟୁ କେମିକାଲ) ବ୍ୟବସାୟରେ ପୁଞ୍ଜି ନିବେଶ ପାଇଁ ସାଉଦି ଆରମକୋ ପ୍ରୟାସ ଚଲାଇଛି । ତେବେ ଉଭୟପକ୍ଷ ପ୍ରତିବଦ୍ଧ ଏବଂ ସକ୍ରିୟ ଭାବରେ ଆଦାନ ପ୍ରଦାନ କରୁଛନ୍ତି ।
ରିଲାଏନ୍ସ ଓ ଆରମକୋ ମଧ୍ୟରେ ଏହି ଚୁକ୍ତି ଅନୁଯାୟୀ ଭାରତୀୟ ସଂସ୍ଥା ଦ୍ବାରା ଏକ ସ୍ପେଶାଲ ପ୍ୟାକେଜରେ ସର୍ବନିମ୍ନ 20 ପ୍ରତିଶତ ଅଂଶଧନ ସାମିଲ ରହିଛି । ଏହି ଏସପିଭିରେ ରିଫାଇନିଙ୍ଗ, ପେଟ୍ରୋକେମିକାଲ ଓ ମାର୍କେଟିଙ୍ଗ ମଧ୍ୟ ସାମିଲ ରହିବ ।