ଓଡିଶା

odisha

ETV Bharat / business

7 ରେ ଜିଏସଟିର ଜରୁରୀ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି - gst meeting on January 7

ଆସନ୍ତା 7ରେ ଜିଏସଟିର ଜରୁରୀ ବୈଠକ । ରାଜସ୍ବ ସଚିବଙ୍କ ଅଧ୍ୟକ୍ଷତାରେ ଜିଏସଟି ପ୍ରଣାଳୀର ବିଭିନ୍ନ ଦିଗ ଉପରେ ହେବ ଆଲୋଚନା । ବୈଠକରେ ସାମିଲ ରହିବେ ଟିକସ ଆୟୋଗ ।

Revenue secretary to hold meeting with officials on GST
7 ରେ ଜିଏସଟିର ଜରୁରୀ ବୈଠକ, ନିଆଯିବ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି

By

Published : Jan 2, 2020, 7:28 PM IST


ନୂଆଦିଲ୍ଲୀ: ଆସନ୍ତା 7ରେ ଜିଏସଟି ନେଇ ହେବ ଜରୁରୀ ବୈଠକ । ରାଜସ୍ବ ସଚିବଙ୍କ ଅଧ୍ୟକ୍ଷତାରେ ଟିକସ ଆୟୋଗଙ୍କ ସହ ଏ ନେଇ ଆଲୋଚନା ହେବ । ଏଥିରେ ରାଜସ୍ବ ସଂଗ୍ରହ ବୃଦ୍ଧି , ଜିଏସଟି ପ୍ରଣାଳୀକୁ ସୁଦୃଢ ଏବଂ ଠକେଇ ଉପରେ ଲଗାମ କଷିବା ଭଳି ଦିଗ ଉପରେ ଆଲୋଚନା ହେବ ।


ଏହା ବ୍ୟତିତ ଡାଟା ବିଶ୍ଲେଷଣକୁ ସଠିକ ଢଙ୍ଗରେ ଉପସ୍ଥାପନ କରିବା କରିବା ପାଇଁ ରଣନୀତି ତିଆରି ହେବ । E-invoicing, ଇ-ବିଲ ସହ ଫାସଟ୍ୟାଗକୁ ଲିଙ୍କ କରିବା ନେଇ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ ହେବ । ଏହି ବୈଠକ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି । କାରଣ ଡିସେମ୍ବର 18ରେ ହୋଇଥିବା ଜିଏସଟିର 37ତମ ବୈଠକରେ ଏହି ସବୁ ବିଷୟ ଉପରେ ବିସ୍ତୃତ ଅଧ୍ୟୟନ ନେଇ ନିଷ୍ପତ୍ତି ନିଆଯାଇଥିଲା । ଏହା ପରେ ହିଁ ପରିଷଦର ବିଭିନ୍ନ ଉତ୍ପାଦ ଉପରେ କର ଦର ବୃଦ୍ଧି ଠାରୁ ଶେଷ ନିଷ୍ପତ୍ତି ନିଆଯିବ ।

ତେବେ ଏ ଭିତରେ ଆସିଛି ଏକ ଖୁସି ଖବର । ଡିସେମ୍ବରରେ ଜିଏସଟି ଆଦାୟ ଲକ୍ଷେ କୋଟି ଟଙ୍କା ପାର କରିଛି ।

ABOUT THE AUTHOR

...view details