ଓଡିଶା

odisha

ETV Bharat / business

6 % ଡେଇଁଲା ଖୁଚୁରା ମୁଦ୍ରାସ୍ପୀତି, ଏବେ କଣ କରିବ RBI ? - ଦରଦାମ ବୃଦ୍ଧି

ଦରଦାମ ବୃଦ୍ଧି ଯୋଗୁଁ ମହଙ୍ଗା ହାର ଉପରମୁହାଁ । ଟାର୍ଗେଟ ଠାରୁ ଅଧିକ ରହିଛି ମେ ମାସର ଖୁଚୁରା ମୁଦ୍ରାସ୍ପୀତି । ତେବେ ଅର୍ଥନୀତି ଅଭିବୃଦ୍ଧିରେ ଏହା ବଡ ବାଧକ ହେବା ବେଳେ ଏହାର ମୁକାବିଲା ପାଇଁ କଣ କରିବ ଆରବିଆଇ, ପଢନ୍ତୁ...

6 % ଡେଇଁଲା ଖୁଚୁରା ମୁଦ୍ରାସ୍ପୀତି ,  ଏବେ କଣ କରିବ RBI ?
6 % ଡେଇଁଲା ଖୁଚୁରା ମୁଦ୍ରାସ୍ପୀତି , ଏବେ କଣ କରିବ RBI ?

By

Published : Jun 15, 2021, 9:05 PM IST

ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲ ଦର ବଢିବା ସହିତ ବିନିର୍ମାଣ ଖର୍ଚ୍ଚ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଖାଦ୍ୟ ସାମଗ୍ରୀ ଦାମ ବଢିବା କାରଣରୁ ଖୁଚୁରା ମୁଦ୍ରାସ୍ପୀତି ମେ ମାସରେ 6.3 ପ୍ରତିଶତକୁ ବଢିଛି । ଯାହାକି ଆରବିଆଇର ଟାର୍ଗେଟ ସ୍ତର ଠାରୁ ବହୁତ ଅଧିକ ।

ଗତ ଛଅ ମାସର ରେକର୍ଡ ଭାଙ୍ଗି ସର୍ବୋଚ୍ଚ ସ୍ତରରେ ଖୁଚୁରା ମୁଦ୍ରାସ୍ପୀତି । ଫଳରେ ଆରବିଆଇର ଅନୁମାନ ଫେଲ ମାରିଛି । ଭାରତୀୟ ରିଜର୍ଭ ବ୍ୟାଙ୍କ 2026 ମାର୍ଚ୍ଚ ଯାଏଁ ଖୁଚୁରା ମୁଦ୍ରାସ୍ପୀତି ହାର ପାଇଁ 4 ପ୍ରତିଶକର ଲକ୍ଷ୍ୟ ରଖିଛି । ଏଥିରେ 2 ପ୍ରତିଶତ ହ୍ରାସ ବୃଦ୍ଧି ସାମିଲ ରହିଛି । ତେବେ ପ୍ରଶ୍ନ ଉଠିଛି କି , କଣ ଖୁଚୁରା ମୁଦ୍ରାସ୍ପୀତି ହାର ଆରବିଆଇ ନିର୍ଦ୍ଧାରିତ ଲକ୍ଷ୍ୟକୁ ପାର କରିବା ପରେ କେନ୍ଦ୍ରୀୟ ବ୍ୟାଙ୍କ ସୁଧ ବଢାଇବ ?

ବିଶେଷଜ୍ଞଙ୍କ ଅନୁସାରେ ମେ ମାସର ଖୁଚୁରା ମୁଦ୍ରାସ୍ପୀତି ହାର 6 ପ୍ରତିଶତରୁ ଉର୍ଦ୍ଧ୍ବ ହେବା ପରେ ଆରବିଆଇ ତରତର ହୋଇ କୌଣସି ପଦକ୍ଷେପ ନେବ ନାହିଁ । ଏହାର କାରଣ ହେଉଛି କି କେନ୍ଦ୍ରୀୟ ବ୍ୟାଙ୍କର ଫୋକସରେ ଏବେ ଅର୍ଥନୀତି ପୁନରୁଦ୍ଧାର ରହିଛି । କୋରୋର ଦ୍ବିତୀୟ ଲହର ଚୋଟ ଅର୍ଥନୀତି ଉପରେ ପଡିବା ପରେ ଏବେ ପୁଣି ଦେଶ ମେରୁଦଣ୍ଡକୁ ସଳଖିବା ହେଉଛି ଆରବିଆଇର ପ୍ରାଥମିକତା ।

ବର୍ଷାନୁକ୍ରମିକ ଆଧାରରେ ମେ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର ବୃଦ୍ଧି ହୋଇ 6.30 ପ୍ରତିଶତ ହୋଇଛି । ଏପ୍ରିଲ ମାସରେ ଏହା 4.29 ପ୍ରତିଶତ ଥିଲା । ବିଶେଷଜ୍ଞମାନେ ମେ ମାସରେ ଖୁଚୁରା ମୁଦ୍ରାସ୍ପୀତି ହାର 5.3 ପ୍ରତିଶତ ରହିବା ଅନୁମାନ ପ୍ରକାଶ କରିଥିଲେ । ହୋଲସେଲ ମୂଲ୍ୟ ଆଧାରିତ ମହଙ୍ଗା ହାର ମଧ୍ୟ ବୃଦ୍ଧି ହୋଇ 12.94 ପ୍ରତିଶତରେ ପହଞ୍ଚିଛି । ଏହା ପ୍ରାୟ 2 ଦଶକରେ ସବୁଠାରୁ ଅଧିକ ।

ଘରୋଇ ଅର୍ଥବ୍ୟବସ୍ଥାରେ ରିକୋଭରି ଦେଖାଦେଉଥିଲା । ତେବେ କୋରୋନାର ଦ୍ବିତୀୟ ଲହର ପୁଣି ସମସ୍ୟା ଆଣିଛି । ଏହାକୁ କାବୁ କରିବା ପାଇଁ ଅନେକ ରାଜ୍ୟ ଲକଡାଉନ ସମେତ ଦ୍ବିତୀୟ ପ୍ରତିବନ୍ଧକ ଲଗାଇଛି । ଏହା ଦ୍ବାରା ଆର୍ଥିତ ଗତିବିଧି ଠପ ହୋଇପଡିଛି । ଏ ବର୍ଷ ମାର୍ଚ୍ଚ ତ୍ରୟମାସରେ ଜିଡିପିର ଗ୍ରୋଥ 1.6 ପ୍ରତିଶତ ଥିଲା । ତେବେ ଏହା ସଙ୍କେତ କି ଧୀରେ ଧୀରେ ଅର୍ଥବ୍ୟବସ୍ଥା ଟ୍ରାକକୁ ଫେରୁଛି ।

ଚଳିତ ମାସର ଆରମ୍ଭରେ ଆରବିଆଇ ଏହାର ମୁଦ୍ରାନୀତି ସମୀକ୍ଷା କରିଛି । ଆଉ ରେପୋରେଟ , ରିଭର୍ସ ରେପୋରେଟ ଅପରିବର୍ତ୍ତିତ ରଖିଛି । ତେବେ ମୁଦ୍ରାସ୍ପୀତିକୁ ଦୃଷ୍ଟିରେ ରଖି ସୁଧ ହାର ହ୍ରାସ ବୃଦ୍ଧି କରିଥାଏ ଆରବିଆଇ ।

ABOUT THE AUTHOR

...view details