ଓଡିଶା

odisha

ETV Bharat / business

କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖସିଲା ଖୁଚୁରା ମୁଦ୍ରାସ୍ପୀତି

ସିପିଆଇ-AL ଓ ସିଆଇ- RL ଉପରେ ଆଧାରିତ ମୁଦ୍ରାସ୍ପୀତି 2020 ଅକ୍ଟୋବର ତୁଳନାରେ ନଭେମ୍ବରରେ ହ୍ରାସ ହୋଇ କ୍ରମଶଃ 6 ପ୍ରତିଶତ ଓ 5.68 ପ୍ରତିଶତ ଅଛି । ଅଧିକ ପଢନ୍ତୁ..

କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖସିଲା ଖୁଚୁରା ମୁଦ୍ରାସ୍ପୀତି
କୃଷି ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖସିଲା ଖୁଚୁରା ମୁଦ୍ରାସ୍ପୀତି

By

Published : Dec 18, 2020, 10:20 PM IST

ନୂଆଦିଲ୍ଲୀ: କୃଷି ଶ୍ରମିକ ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ପୀତି ନଭେମ୍ବରରେ ହ୍ରାସ ହୋଇ କ୍ରମଶଃ 6 ପ୍ରତିଶତ ଓ 5.68 ପ୍ରତିଶତ ରହିଛି । ମୁଖ୍ୟତଃ ଖାଦ୍ୟ ସାମଗ୍ରୀ ଦାମରେ ହ୍ରାସ ଯୋଗୁଁ ଏହି ମୁଦ୍ରାସ୍ପୀତି ରେଟ କମିଛି ।

ଶ୍ରମ ମନ୍ତ୍ରାଳୟ ଦ୍ବାରା ଜାରି ବିବୃତ୍ତି ମୁତାବକ, ‘‘ସିପିଆଇ-AL (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ-କୃଷି ଶ୍ରମିକ) ଓ ସିଆଇ- RL (ଉପଭୋକ୍ତା ମୂଲ୍ୟ ସୂଚକାଙ୍କ- ଗ୍ରାମୀଣ ଶ୍ରମିକ) ଉପରେ ଆଧାରିତ ମୁଦ୍ରାସ୍ପୀତି 2020 ଅକ୍ଟୋବର ତୁଳନାରେ ନଭେମ୍ବରରେ ହ୍ରାସ ହୋଇ କ୍ରମଶଃ 6 ପ୍ରତିଶତ ଓ 5.68 ପ୍ରତିଶତ ଅଛି ।

ଗତ ବର୍ଷ ନଭେମ୍ବରରେ କୃଷି ଶ୍ରମିକ ଓ ଗ୍ରାମୀଣ ଶ୍ରମିକଙ୍କ ପାଇଁ ଖୁଚୁରା ମୁଦ୍ରାସ୍ପୀତି କ୍ରମଶ; 9.41 ପ୍ରତିଶତ ଓ 9.23 ପ୍ରତିଶତ ଥିଲା । ସିଆଇ -ଏଏଲ ଓ ସିପିଆଇ -ଆରଏଲର ଖାଦ୍ୟ ସୂଚକାଙ୍କ ଉପରେ ଆଧାରିତ ମୁଦ୍ରାସ୍ପୀତି ନଭେମ୍ବରରେ କ୍ରମଶଃ 6.88 ପ୍ରତିଶତ ଓ 7.06 ପ୍ରତିଶତ ରହିଥିଲା । ଏହି ତଥ୍ୟ ଗତ ବର୍ଷ ନଭେମ୍ବରରେ କ୍ରମଶଃ 12.03 ପ୍ରତିଶତ ଓ 11.85 ପ୍ରତିଶତ ଥିଲା ।

ଶ୍ରମ ମନ୍ତ୍ରଣାଳୟ ଅଧୀନରେ ଥିବା ଶ୍ରମ ବ୍ୟୁରୋ ପ୍ରତି ମାସରେ CPI-AL ଏବଂ CPI-RL ର ଆକଳନ ପ୍ରକାଶ କରିଥାଏ । ଏହି ପରିସଂଖ୍ୟାନ ଆଧାରରେ ସର୍ବନିମ୍ନ ମଜୁରୀ, MGNREGA ମଜୁରୀ, ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ ମଧ୍ୟାହ୍ନ ଭୋଜନ ଯୋଜନାର ଖର୍ଚ୍ଚ ସ୍ଥିର ହୋଇଥାଏ ।

ABOUT THE AUTHOR

...view details