ଓଡିଶା

odisha

ETV Bharat / business

ଆସିଲା ଜିଓ ଗ୍ଲାସ, ସ୍ମାର୍ଟ ଚଷମାରେ କରିପାରିବେ ଭିଡିଓ କଲିଂ - Jio Glass

ରିଲାଏନ୍ସର ନୂଆ ଇନୋଭେସନ ‘ଜିଓ ଗ୍ଲାସ’ । ଏହା ଏକ ଚଷମା । ଏହି ଗ୍ଲାସର ଓଜନ ମାତ୍ର 75 ଗ୍ରାମ । ତେବେ ଜାଣନ୍ତୁ ଏହାର ଫିଚର ..

Reliance Jio unveils Jio Glass for mixed reality services
Reliance Jio unveils Jio Glass for mixed reality services

By

Published : Jul 15, 2020, 4:56 PM IST

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିର 43 ତମ ଏଜିଏମରେ ‘ଜିଓ ଗ୍ଲାସ’ ଆଣିବା ନେଇ ଘୋଷଣା କରିଛି ରିଲାଏନ୍ସ ଜିଓ । ଜିଓ ଗ୍ଲାସ ଏକ ମିକ୍ସଡ ରିୟାଲିଟି ସ୍ମାର୍ଟ ଗ୍ଲାସ । ଏହା ସାହାଯ୍ୟରେ ଭିଡିଓ କଲିଂ କରାଯାଇପାରିବ ।

ଏହାକୁ କୌଣସି ମଧ୍ୟ ଫୋନ ସହ ଯୋଡି ଇଣ୍ଟରନେଟ ଚଲାଯାଇପାରିବ । ଏହା ଏକ ଚଷମା । ଏହି ଗ୍ଲାସର ଓଜନ ମାତ୍ର 75 ଗ୍ରାମ । ଏହା ଦ୍ବାରା ଅଡିଓ ଅର୍ଥାତ ଗୀତ ସଙ୍ଗୀତ ଚଲାଯାଇପାରିବ । ଏଥିରେ 25 ଆପ୍ଲିକେସନ ଚାଲିବ । ଏଥିପାଇଁ ଏକ କେବଲ ର ବ୍ୟବହାର କରିବାକୁ ପଡିବ । ଜିଓ ଗ୍ଲାସର ବ୍ୟବହାର ଇ-କ୍ଲାସରେ ହୋଲୋଗ୍ରାଫିକ୍ସ କଣ୍ଟେଟ ପାଇଁ କରାଯାଇପାରିବ ।

ଏଥିରେ 2ଡି ଓ 3ଡି ଭିଡିଓ ଚାଟିଂ ହେବ । ଜିଓ ଗ୍ଲାସ ସହଯୋଗରେ ଭର୍ଚୁଆଲ ଭାବେ 3ଡି ଅବତାର ଜରିଆରେ କଥାବାର୍ତ୍ତା ହୋଇପାରିବେ । ଇଭେଣ୍ଟ ମଧ୍ୟରେ ଏହାର ଡେମୋ ମଧ୍ୟ ଦେଖାଯାଇଛି । ଜିଓ ଗ୍ଲାସ ଜରିଆରେ ଆପଣ କଥା କହି ଏକା ସହ 2 ଲୋକଙ୍କ ଭିଡିଓ କଲ କରିପାରିବେ । ତେବେ ଏବେ ଏହାର ଦାମ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଏଥିସହ ରିଲାଏନ୍ସ ଦାବି କରିଛି କି ଜିଓ ମିଟ ଭାରତରେ ସବୁଠୁ ସୁରକ୍ଷିତ ଭର୍ଚୁଆଲ ମିଟିଂ ଆପ । ଲଞ୍ଚ ପରେ ବହୁତ କମ ସମୟରେ ଏହି ଆପକୁ 50 ଲକ୍ଷରୁ ଅଧିକ ଲୋକ ଡାଉନଲୋଡ କରିଛନ୍ତି ବୋଲି ମୁକେଶ ଅମ୍ବାନୀ କହିଛନ୍ତି ।

ସେହିପରି ଜିଓ ମାର୍ଟ ରାସନ ଡିଲାଇଟ ଆରମ୍ଭ କରିବ । ଏହି ପ୍ଲାର୍ଟଫର୍ମରେ ଖାଉଟି ଦୋକାନୀ ସହ ଜଡିତ ହେବ ।

ABOUT THE AUTHOR

...view details