ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ଡିସେମ୍ବର 2020ରେ ଶେଷ ସମାପ୍ତ ତୃତୀୟ ତ୍ରୟମାସରେ ଜିଓ ପ୍ଲାର୍ଟଫର୍ମର ରେକର୍ଡ ଲାଭ ହୋଇଛି । କମ୍ପାନୀର ନିଟ ଲାଭ ତ୍ରୟମାସିକ ଆଧାରରେ 15.5 ପ୍ରତିଶତ ବୃଦ୍ଧି ହୋଇ 3,489 କୋଟି ଟଙ୍କା ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶୁକ୍ରବାର ଏ ନେଇ ସୂଚନା ଦେଇଛି ।
ଜିଓର ଜବରଦସ୍ତ ପ୍ରଫିଟ, ନିଟ ଲାଭ 3,489 କୋଟି - ଜିଓର ଜବରଦସ୍ତ ପ୍ରଫିଟ
ଜିଓର ନିଟ ଲାଭ ତ୍ରୟମାସିକ ଆଧାରରେ 15.5 ପ୍ରତିଶତ ବୃଦ୍ଧି ହୋଇ 3,489 କୋଟି ଟଙ୍କା ରହିଛି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶୁକ୍ରବାର ଏ ନେଇ ସୂଚନା ଦେଇଛି ।

ଜିଓର ଜବରଦସ୍ତ ପ୍ରଫିଟ, ନିଟ ଲାଭ 3,489 କୋଟି
ଜିଓ ପ୍ଲାର୍ଟଫର୍ମ ଡିଜିଟାଲ ଓ ଦୂରସଞ୍ଚାର ସେବା ଉପଲବ୍ଧ କରିଥାଏ । ଏହା ପୂର୍ବ ତ୍ରୟମାସରେ ଜିଓ ପ୍ଲାର୍ଟଫର୍ମରେ 3,020 କୋଟି ଟଙ୍କାର ନିଟ ଲାଭ ହୋଇଛି । ଅକ୍ଟୋବର-ଡିସେମ୍ବର ତ୍ରୟମାସରେ କମ୍ପାନୀର ଆୟ 22,858 କୋଟି ଟଙ୍କା ରହିଛି । 2020 ଡିସେମ୍ବର 31 ଯାଏଁ ଜିଓ ପ୍ଲାର୍ଟଫର୍ମର ମୋଟ ଗ୍ରାହକ ସଂଖ୍ୟା 41 କୋଟି ଥିଲା ।
କମ୍ପାନୀର ମାସିକ ଗ୍ରାହକ ପିଛା ହାରାହାରି ରାଜସ୍ୱ (ଏଆରପିୟୁ) ତ୍ରୟମାସ ସମୟରେ 151 ଟଙ୍କା ରହିଛି । ଯାହାକି ଏହାର ପୂର୍ବ ତ୍ରୟମାସରେ ଜୁଲାଇ-ସେପ୍ଟେମ୍ବରରେ 145 ଟଙ୍କା ଥିଲା ।