ନୂଆଦିଲ୍ଲୀ: ଚୀନର 59 ମୋବାଇଲ ଆପ୍ଲିକେସନ ଉପରେ ପ୍ରତିବନ୍ଧକ ପରେ ଭାରତରେ ସ୍ବଦେଶୀ ଆପକୁ ନେଇ ଚାହିଦା ଦାନା ବାନ୍ଧୁଛି । ଏହି କ୍ରମରେ ରିଲାଏନ୍ସ ଏକ ସ୍ବଦେଶୀ ଭିଡିଓ କନଫରେନ୍ସିଂ ଆପ ଲଞ୍ଚ କରିଛି । ଗୁଗୁଲ ପ୍ଲେ ଷ୍ଟୋରରେ ଜିଓ ମିଟ (JioMeet) ନାଁରେ ଏହି ଆପ ଉପଲବ୍ଧ ।
ପ୍ଲେ ଷ୍ଟୋରରେ ମିଳିଥିବା ବିବରଣୀ ଅନୁସାରେ ଆପ୍ଲିକେଶନକୁ 1:1 ଭିଡିଓ କଲ ଏବଂ ବଡ କମ୍ପାନୀରେ 100 ଜଣଙ୍କ ସହ ମିଟିଙ୍ଗ ପାଇଁ ବ୍ୟବହାର କରାଯାଇପାରିବ । ଏହାକୁ ଏଣ୍ଟରପ୍ରାଇଜ ଗ୍ରେଡ ହୋଷ୍ଟ କଣ୍ଟ୍ରୋଲ ନାଁ ଦିଆଯାଇଛି । ଏହି ଆପର ଅନ୍ୟ ବିଶେଷତ୍ବ ମଧ୍ୟରେ ମୋବାଇଲ ନମ୍ବର କିମ୍ବା ଇମେଲ ଆଇଡି ସହ ସହଜରେ ସାଇନଅପ, ହାଇ ଡେଫିନେସନ(ଏଚଡି) ଅଡିଓ-ଭିଡିଓ ଗୁଣବତ୍ତା ରହିଛି । ଏହି ଆପ୍ଲିକେସନ ଜରିଆରେ ସାଙ୍ଗମାନଙ୍କ ସହ ଚାଟ, ଶୀଘ୍ର ବୈଠକ କିମ୍ବା ବୈଠକ ପ୍ରି ପ୍ଲାନ ଆଦି କରାଯାଇପାରିବ । ଏଥିରେ ବୈଠକରେ ସାମିଲ ହେବାକୁ ଥିବା ଲୋକଙ୍କ ସହ ମିଟିଙ୍ଗ ବିବରଣୀ ମଧ୍ୟ ବାଣ୍ଟିବା ବିକଳ୍ପ ରହିଛି ।