ଓଡିଶା

odisha

ETV Bharat / business

ହଟିଲା FUP ମିନିଟ ଲିମିଟ, ଏଣିକି ସବୁ ନେଟୱର୍କକୁ ଅନଲିମିଟେଡ କଲ - ହଟିଲା FUP ମିନଟ ଲିମିଟ

ଏଫୟୁପି ମିନିଟ ବ୍ୟବସ୍ଥା ହଟାଇଲା ଏୟାରଟେଲ, ଭୋଡା-ଆଇଡିଆ । ସେପଟେ ଜିଓ 98 ଓ 149 ଟଙ୍କିଆ ପ୍ଲାନ ଫେରାଇ ନେଉଛି ।

reliance jio gives relief to users return plans of 149 and 98 rupees
ହଟିଲା FUP ମିନଟ ଲିମିଟ , ଏଣିକି ସବୁ ନେଟୱର୍କକୁ ଅନଲିମିଟେଡ କଲ

By

Published : Dec 9, 2019, 2:25 PM IST


ନୂଆଦିଲ୍ଲୀ: ମହଙ୍ଗା ମୋବାଇଲ ସେବାରୁ ଗ୍ରାହକଙ୍କୁ ଆଶ୍ବସ୍ତି । ରିଲାନ୍ସ ଜିଓ ଠାରୁ ଏୟାରଟେଲ , ଭୋଡାଫୋନ -ଆଇଡିଆ ନିଜ ନିଜ ଅନଲିମିଟେଡ ପ୍ଲାନରୁ ଏଫୟୁପି( Fair Use Policy) ଲିମିଟକୁ ହଟାଇଛନ୍ତି । ସେପଟେ ରିଲାନ୍ସ ଜିଓ 98 ଓ 149 ଟଙ୍କିଆ ପ୍ରିପେଡ ପ୍ଲାନକୁ ଫେରସ୍ତ ନେଇଛି ।

ହଟିଲା FUP ମିନଟ ଲିମିଟ

ଅନ୍ୟ ଟେଲିକମ କମ୍ପାନୀ ସହ ପ୍ରତିଦ୍ବନ୍ଦିତା କରି ଜିଓ ପକ୍ଷରୁ ଡିସେମ୍ବର 6ରୁ ଲାଗୁ ହୋଇଥିବା ପ୍ରିପେଡ ପ୍ଲାନ ଲିଷ୍ଟରେ ଏହି 2ପୁରୁଣା ରିଚାର୍ଜ ପ୍ଲାନ ଫେରସ୍ତ ନିଆଯାଇଛି । 149 ଟଙ୍କିଆ ପ୍ଲାନରେ 24 ଦିନର ବୈଧତା ସହ ଦୈନିକ 1 ଜିବି ଡାଟା ମିଳିଥାଏ । ଏଥିସହ ଦିନକୁ 100 ମାଗଣା ଏସଏମଏସ ସୁବିଧା ରହିଛି । ଏଥିସହ ଏହି ପ୍ଲାନକୁ ଗ୍ରହଣ କରୁଥିବା ଗ୍ରାହକଙ୍କୁ ଜିଏ-ଟୁ-ଜିଓ ଅସୀମିତ ମାଗଣା କଲିଙ୍ଗ ସୁବିଧା ବି ଦିଆଯାଉଛି । ସେହିପରି ଅନ୍ୟ ନେଟୱର୍କକୁ କଲ ପାଇଁ ଏଥିରେ 300 ଏଫୟୁପି ମିନିଟ ବି ଉପଲବ୍ଧ ।

ହଟିଲା FUP ମିନଟ ଲିମିଟ

ପ୍ରକାଶ ଯେ, ଏୟାରଟେଲ ଏବଂ ଭୋଡାଫୋନ-ଆଇଡିଆ ଶନିବାର ଏଫୟୁପି ମିନଟ ବ୍ୟବସ୍ଥାକୁ ହଟାଇଛନ୍ତି । ଏହା ଦ୍ବାରା ଏହି କମ୍ପାନୀର ସମସ୍ତ ଅସୀମିତ ପ୍ରିପେଡ ପ୍ଲାନରେ ସବୁ ନେଟୱର୍କକୁ ମାଗଣା କଲିଙ୍ଗ ସୁବିଧା ମିଳିବ । ଅର୍ଥାତ ପୂର୍ବ ଭଳି ଗ୍ରାହକ ମାଗଣାରେ ଭଏସ କମ ସୁବିଧା ପାଇବେ ।

ABOUT THE AUTHOR

...view details