ଓଡିଶା

odisha

ETV Bharat / business

11,640 କୋଟିରେ ପହଞ୍ଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରଫିଟ

ମାର୍କେଟ କ୍ୟାପକୁ ଦୃଷ୍ଟିରୁ ଦେଶର ସର୍ବବୃହତ୍ତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ତ୍ରୈୟମାସ ପ୍ରଫିଟ ବର୍ଷାନୁକ୍ରମିକ ବଢିବାରେ ଲାଗିଛି ।

By

Published : Jan 17, 2020, 7:36 PM IST

reliance industries limited quarterly results
11,640 କୋଟିରେ ପହଞ୍ଚିଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପ୍ରଫିଟ

ମୁମ୍ବାଇ: ମାର୍କେଟ କ୍ୟାପକୁ ଦୃଷ୍ଟିରୁ ଦେଶର ସର୍ବବହତ୍ତ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ତ୍ରୈୟମାସ ପ୍ରଫିଟ ବର୍ଷାନୁକ୍ରମିକ ବଢିବାରେ ଲାଗିଛି । ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈୟମାସ(ଅକ୍ଟୋବର-ଡିସେମ୍ବର)ରେ ରିଲାଏନ୍ସର ଲାଭ 11,640 କୋଟିକୁ ବୃଦ୍ଧି ପାଇଛି ।

ଏଥିସହ ରିଲାଏନ୍ସ ଜିଓ କେବଳ 1350 କୋଟି ଟଙ୍କା ପ୍ରଫିଟ ପାଇଛି । ବର୍ଷେ ତଳେ ଏହି ଅବଧିରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରଫିଟ 10,251 କୋଟି ଟଙ୍କା ରହିଥିଲା ।

ସମଗ୍ର ଦେଶରେ ରିଲାଏନ୍ସର ବ୍ୟବସାୟ ସମ୍ପ୍ରସାରିତ ହୋଇ ରହିଛି । ଶକ୍ତି ଠାରୁ ପେଟ୍ରୋକେମିକାଲ, ଟେକ୍ସଟାଇଲ, ପ୍ରାକୃତିକ ଗ୍ୟାସ, ରିଟେଲ ସହ ଟେଲିକମ୍ୟୁନିକେସନ କ୍ଷେତ୍ରରେ ମଧ୍ୟ ରିଲାଏନ୍ସ ତାର ଆଧିପତ୍ୟ ବିସ୍ତାର କରିରଖିଛି । ଏତେ ବଡ ସାମ୍ରାଜ୍ୟ ସହ ରିଲାଏନ୍ସ ଇଣ୍ଡ୍ରଷ୍ଟ୍ରିଜର ସିଇଓ ତଥା ମାଲିକ ମୁକେଶ ଅମ୍ବାନୀ ଦେଶର ନମ୍ବର ୱାନ ଧନୀ ଭାବେ ନିଜ ସ୍ଥାନ ବଜାୟ ରଖିଛନ୍ତି ।

ABOUT THE AUTHOR

...view details