ନୂଆଦିଲ୍ଲୀ: ସ୍ବଚ୍ଛ ଉର୍ଜା ବ୍ୟବସାୟ (clean energy business) ରେ ପ୍ରବେଶ କରିବ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ । ଏଥିପାଇଁ ଖର୍ଚ୍ଚ ହେବ 60,000 କୋଟି ଟଙ୍କା । ଆରଆଇଏଲର 44ତମ ବାର୍ଷିକ ସାଧାରଣ ବୈଠକରେ ଏହି ଘୋଷଣା ହୋଇଛି । ସୋଲାର ଏନର୍ଜିର ପ୍ରଡକ୍ସନ ପାଇଁ ପ୍ଲାଣ୍ଟ ଲଗାଯିବ । ଏଥିପାଇଁ ଏକ ଆଡଭାନ୍ସ ଏନର୍ଜି ଷ୍ଟୋରେଜ ବ୍ୟାଟେରୀ ଫ୍ୟାକ୍ରିଂ କରାଯିବ ।
କମ୍ପାନୀ ଜାମନଗରରେ 5000 ଏକରରେ ଧୀରୁଭାଇ ଅମ୍ବାନୀ ଗ୍ରୀନ ଏନର୍ଜି ଗିଗା କମ୍ପେଲକ୍ସ ବିକଶିତ କରିବ କମ୍ପାନୀ । ଏହି ବିଜନେସରେ 60,000 କୋଟି ଟଙ୍କାର ନିବେଶ କରାଯିବ । ଏହାବାଦ ରିଲାଏନ୍ସ ଭେଲ୍ୟୁ ଚେନ ପାର୍ଟନରସିପ ଓ ଫ୍ୟୁଚର ଟେକ୍ନୋଲୋଜି ଉପରେ ଅତିରିକ୍ତ 15,000 କୋଟି ଟଙ୍କା ବ୍ୟୟ କରିବ । ଅର୍ଥାତ ରିଲାଏନ୍ସ ମୋଟ ନୂଆ ଏନର୍ଜି ବିଜନେସ ପାଇଁ ଆସନ୍ତା 3 ବର୍ଷରେ 75,000 କୋଟି ଟଙ୍କା ଖର୍ଚ୍ଚ କରିବା ନେଇ ଅମ୍ବାନୀ କହିଛନ୍ତି ।