ଓଡିଶା

odisha

ETV Bharat / business

4 ନିବେଶକଙ୍କ ଠାରୁ 30,062 କୋଟି ଟଙ୍କା ପାଇଲା ରିଲାଏନ୍ସ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଜିଓ ପ୍ଲାର୍ଟଫର୍ମର ଆଂଶିକ ଅଂଶଧନ ବିକି ଚାରି ନିବେଶକଙ୍କ ଠାରୁ ମୋଟ 30,062 କୋଟି ଟଙ୍କା ପାଇଛି । ଏହା ପୂର୍ବରୁ କମ୍ପାନୀ କହିଛି ଯେ ଫେସବୁକ ଓ ଜିଓ ଚୁକ୍ତିର ଟଙ୍କା ମିଳିସାରିଛି । ଅଧିକ ପଢନ୍ତୁ..

4 ନିବେଶକଙ୍କ ଠାରୁ 30,062 କୋଟି ଟଙ୍କା ପାଇଲା ରିଲାଏନ୍ସ
4 ନିବେଶକଙ୍କ ଠାରୁ 30,062 କୋଟି ଟଙ୍କା ପାଇଲା ରିଲାଏନ୍ସ

By

Published : Jul 11, 2020, 4:12 PM IST

ନୂଆଦିଲ୍ଲୀ:ଫେବସୁକ ପରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଜିଓ ପ୍ଲାର୍ଟଫର୍ମର ଆଂଶିକ ଅଂଶଧନ ବିକି ଚାରି ନିବେଶକଙ୍କ ଠାରୁ ମୋଟ 30,062 କୋଟି ଟଙ୍କା ପାଇଛି । ଏହା ପୂର୍ବରୁ କମ୍ପାନୀ କହିଛି ଯେ ଫେସବୁକ ଓ ଜିଓ ଚୁକ୍ତିର ଟଙ୍କା ମିଳିସାରିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସେୟାର ବଜାରକୁ ପଠାଇଥିବା ସୂଚନା ଅନୁସାରେ, ଜିଓ ପ୍ଲାଟଫର୍ମର 6.13 ପ୍ରତିଶତ ଅଂଶଧନ ବିକ୍ରି ପାଇଁ କମ୍ପାନୀ L Catterton , ପବ୍ଲିକ ଇନଭେଷ୍ଟମେଣ୍ଟ ଫଣ୍ଡ, ସିଲଭର ଲେକ ଏବଂ ଜେନେରାଲ ଆଣ୍ଟଲାଟିକ ସହ ଚୁକ୍ତି ସ୍ୱାକ୍ଷର କରିଛି ।

ରିଲାଏନ୍ସ ନିଜର ଡିଜିଟାଲ ୟୁନିଟରେ ଏବେ ମୋଟ 25.06 ପ୍ରତିଶତ ଅଂଶଧନକୁ ବିଭିନ୍ନ ନିବେଶକଙ୍କୁ ବିକ୍ରି କରିଛି । ଏଥିପାଇଁ କମ୍ପାନୀ ଫେସବୁକ ସମେତ 11 ନିବେଶ ସହ ମିଶି 1,17,588.45 କୋଟି ଟଙ୍କାର ଡିଲ କରିଛି ।

କମ୍ପାନୀ ସର୍ବପ୍ରଥମେ ବଡ ନିବେଶ ଫେସବୁକ ସହ ଚୁକ୍ତି କରିଛି । ଫେସବୁକର ସମ୍ପୂର୍ଣ୍ଣ ମାଲିକାନା ସହାୟକ କମ୍ପାନୀ Jaadhu Holdings ଏହି ଡିଲ୍ ପାଇଁ ରିଲାଏନ୍ସକୁ 43,574 କୋଟି ଟଙ୍କା ଦେଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏନେଇ ଜୁଲାଇ 7 ରେ ଏ ନେଇ ସେୟାର ବଜାରକୁ ସୂଚନା ଦେଇଛି ।

ସେହିପରି ଏବେ ଏଲ କ୍ୟାଟରଟନର ଇଣ୍ଟରଷ୍ଟ୍ରେଲର ପ୍ଲାର୍ଟଫର୍ମ ହୋଲ୍ଡିଙ୍ଗ୍ସ ପ୍ରାଇଭେଟ ଲିମିଟେଡ 0.39 ପ୍ରତିତ ଅଂଶଧନ ପାଇଁ 1,894.50 କୋଟି ଟଙ୍କା ପେମେଣ୍ଟ କରିଛି । ଏପରି ଭାବେ ଦ ପବ୍ଲିସ ଇନଭେଷ୍ଟମେଣ୍ଟ ଫଣ୍ଡ 2.32 ପ୍ରତିଶତ ଅଂଶଧନ ପାଇଁ 11,367 କୋଟି ଟଙ୍କା ଓ ସିଲଭର ଲେକ 10,202.55 କୋଟି ଟଙ୍କା ଏବଂ ଜେନେରାଲ ଆଣ୍ଟଲାଟିକ 1.34 ପ୍ରତିଶତ ଅଂଶଧନ ପାଇଁ 6,598.38 କୋଟି ଟଙ୍କା ରିଲାଏନ୍ସକୁ ଦେଇଛି ।

ABOUT THE AUTHOR

...view details