ଓଡିଶା

odisha

By

Published : Oct 16, 2020, 10:51 PM IST

ETV Bharat / business

ଯାତ୍ରୀଙ୍କୁ ଶୀଘ୍ର ଟିକେଟ ରିଫଣ୍ଡ ହେଉ, ଟ୍ରାଭେଲ ଏଜେଣ୍ଟରୁ ଡିଜିସିଏର ତାଗିଦ

କୋଭିଡ କାଳରେ ବାତିଲ ଟିକେଟର ଟଙ୍କା ଯାତ୍ରୀଙ୍କୁ ଶୀଘ୍ର ଫେରସ୍ତ ହେଉ । ଟିକେଟ ରିଫଣ୍ଡ ବଦଳରେ ଭାଉଚର ଜାରି ନକରିବା ପାଇଁ ଟ୍ରାଭେଲ ଏଜେଣ୍ଟକୁ ଡିଜିସିଏ ନିର୍ଦ୍ଦେଶ ଦେଇଛି । ଅଧିକ ପଢନ୍ତୁ..

ଯାତ୍ରୀଙ୍କୁ ଶୀଘ୍ର ଟିକେଟ ରିଫଣ୍ଡ ହେଉ, ଟ୍ରାଭେଲ ଏଜେଣ୍ଟରୁ ଡିଜିସିଏର ତାଗିଦ
ଯାତ୍ରୀଙ୍କୁ ଶୀଘ୍ର ଟିକେଟ ରିଫଣ୍ଡ ହେଉ, ଟ୍ରାଭେଲ ଏଜେଣ୍ଟରୁ ଡିଜିସିଏର ତାଗିଦ

ନୂଆଦିଲ୍ଲୀ: ଯାତ୍ରୀମାନଙ୍କୁ ରିଫଣ୍ଡ ଫେରସ୍ତ ଦେବାରେ ବିଳମ୍ବ ନ କରିବାକୁ କେନ୍ଦ୍ର ସରକାର ଶୁକ୍ରବାର ଟ୍ରାଭେଲ ଏଜେଣ୍ଟକୁ ଚେତାବନୀ ଦେଇଛନ୍ତି । ଯେଉଁ ମାମଲା ବିମାନ କମ୍ପାନୀ ସେମାନଙ୍କୁ ଟଙ୍କା ଫେରସ୍ତ କରିଛନ୍ତି ସେଭଳି ସ୍ଥିତିରେ ଯାତ୍ରୀଙ୍କୁ ଟଙ୍କା ଫେରସ୍ତ ହେଉ । ଏଥିସହ କିଛି ମାମଲାରେ ଯାତ୍ରୀମାନଙ୍କୁ ଭବିଷ୍ୟତରେ ବ୍ୟବହାର ପାଇଁ ଟ୍ରାଭେଲ ଭାଉଚର ନ ଦେବାକୁ ଏଜେଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଯଦି ଏଜେଣ୍ଟମାନେ ଏ ପର୍ଯ୍ୟନ୍ତ ଏହାର ଅପବ୍ୟବହାରର କରୁଛନ୍ତି, ତେବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ସୁପ୍ରିମକୋର୍ଟଙ୍କ 2020 ଅକ୍ଟୋବର 1 ଶୁଣାଣୀ ( ମହାମାରୀ କାଳରେ ବିମାନ ବାତିଲ ସମୟରେ ଟିକେଟ ଟଙ୍କା ରିଫଣ୍ଡ) ର ଉଲଙ୍ଘନ ମାମଲାରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବେ ଅଧିକାରୀ କହିଛନ୍ତି ।

ଲକଡାଉନ ଯୋଗୁଁ ଦେଶରେ ବିମାନ ସେବା ବାତିଲ ଥିଲା । ହେଲେ ପୂର୍ବରୁ ବିମାନ ଟିକେଟ କରିଥିବା ଲୋକ ସବୁ ଏହି ସମୟରେ ଉଡାଣ ପାଇଁ କରିଥିବା ଟିକେଟର ଅର୍ଥ ଫେରି ପାଉନାହାନ୍ତି । କାରଣ ବିମାନ କମ୍ପାନୀଗୁଡିକ ରିଫଣ୍ଡ ପ୍ରଦାନରେ ସମସ୍ୟା କରୁଥିବାରୁ ଏ ନେଇ ସୁପ୍ରମକୋର୍ଟରେ ମାମଲା ହୋଇଥିଲା ।

ABOUT THE AUTHOR

...view details