ନୂଆଦିଲ୍ଲୀ:2021-22 ର ବଜେଟରେ ଯେଉଁ ସବୁ ଉପାୟ ଘୋଷଣା କରାଯାଇଛି, ତାହାର ବଡ ଲକ୍ଷ୍ୟ ହେଉଛି ଭାରତକୁ କୋଭିଡ-19ରୁ ଉପୁଜୁଥିବା ସଙ୍କଟରୁ ବାହାରକୁ ମୁକୁଳାଇବା । ଏଥିସହ ଘରୋଇ ନିବେଶ ପାଇଁ ଭାରତକୁ ଗନ୍ତବ୍ୟସ୍ଥଳ ଭାବେ ଗଢିତୋଳିବା ହେଉଛି ଏହି ଡଜିଟାଲ ବଜେଟର ଉଦ୍ଦେଶ୍ୟ । ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର ମଙ୍ଗଳବାର ଏନେଇ ମତ ରଖିଛନ୍ତି ।
କୁମାର ବିଶ୍ବାସ ରଖିଛନ୍ତି କି ସରକାର ଆସନ୍ତା ଆର୍ଥିକ ବର୍ଷରେ 1.75 ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟକୁ ପାର କରିବେ । ସେ ଏହା ମଧ୍ୟ କହିଛନ୍ତି କି ବଜେଟରେ ଯେଉଁ ସବୁ ସୁଧାରର ଘୋଷଣା କରାଯାଇଥଛି , ତାହା ଦ୍ବାରା 5000 ଅରବ ଡଲାର ଅର୍ଥବ୍ୟବସ୍ଥାର ଲକ୍ଷ୍ୟ ହାସଲ କରିବାରେ ସହଯୋଗ ମିଳିବ ।
କୁମାର କହିଛନ୍ତି ଯେ, ଆର୍ଥିକ ବର୍ଷ 2021-22ର ବଜେଟରେ କରାଯାଇଥିବା ଉପାୟର ଲକ୍ଷ୍ୟ ବୃଦ୍ଧିକୁ ଗତି ଦେବା ଓ ଭାରତକୁ କୋଭିଡ-19 ମହାମାରୀ ସଙ୍କଟରୁ ଉଦ୍ଧାର କରିବା । ସେହିଭଳି ଘରୋଇ କ୍ଷେତ୍ରରେ ବିଶ୍ବାସ ବଢାଇ ଭଲ ସୁଯୋଗ ଓ ଅବସର ଉପଲବ୍ଧ କରିବା ତଥା ଭାରତକୁ ଘରୋଇ ନିବେଶ ଦୃଷ୍ଟିରୁ ଏକ ଭଲ ଗନ୍ତବ୍ୟ ସ୍ତର କରିବା ।
ବଜେଟରେ ଘୋଷଣା ହୋଇଥିବା 1.75 ଲକ୍ଷ କୋଟି ଟଙ୍କାର ବିନିବେଶ ଲକ୍ଷ୍ୟ ବିଷୟରେ କୁମାର କହିଛନ୍ତି କି ଗତ 8ରୁ 9 ମାସ ମଧ୍ୟରେ ଏହି ପ୍ରସଙ୍ଗରେ ଅନେକ କାମ ହୋଇଛି । ଆଉ ଏବେ ବଜାର ସ୍ଥିତିରେ ପରିବର୍ତ୍ତନ ଦେଖାଦେଇଛି । ତେବେ ବିନିବେଶ ପ୍ରାପ୍ତି ଲକ୍ଷ୍ୟ ଅଧିକ ରହିବ ବୋଲି ଆଶା ରଖିଛନ୍ତି କୁମାର । ମଜବୁତ ନିବେଶକଙ୍କୁ ଆକୃଷ୍ଟ ପାଇଁ ସରକାରଙ୍କୁ ପ୍ରଚେଷ୍ଟା କରିବାକୁ ହେବ । ଆଉ ଯଦି ଏହା ସମ୍ଭବ ହୁଏ ତେବେ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲରେ ସହଯୋଗ ମିଳିବ ।
ସେପଟେ ରୋଜଗାର ସମ୍ବନ୍ଧରେ ଏକ ପ୍ରଶ୍ନର ଉତ୍ତର ଦେଇ କୁମାର କହିଛନ୍ତି କି ବଜେଟରେ ଭିତ୍ତିଭୂମି ନବସୃଜନ ଉପରେ ଅଧିକ ପରିମାଣରେ ନିବେଶ ନେଇ ଘୋଷଣା ହୋଇଛି । ଆଉ ଏ ସମ୍ବନ୍ଧୀୟ କ୍ଷେତ୍ର ଉପରେ ସକରାତ୍ମକ ପ୍ରଭାବ ପଡିବ । ଫଳରେ ନିଯୁକ୍ତି ସଂଖ୍ୟା ବଢିବ । ଏଥିସହ ପ୍ରଥମ ଥର 1.97 ଲକ୍ଷ କୋଟି ଟଙ୍କାର ରାଜକୋଷୀୟ ପ୍ରୋତ୍ସାହନ ରୂପରେ ରାଶିର ଆବଣ୍ଟନ ହୋଇଛି । ଏହା ସେସବୁ କମ୍ପାନୀଙ୍କ ପାଇଁ ରହିଛି, ଯାହା କାରଖାନା ଲଗାଇବେ । ଏହା ଦ୍ବାରା ମଧ୍ୟ ବିନିର୍ମାଣ କ୍ଷେତ୍ରରେ ରୋଜଗାର ବଢିବ ।