ମୁମ୍ବାଇ: ଅନଲକ ପର୍ଯ୍ୟାୟ କ୍ରମାଗତ ବଢିବା ସହ ବିମାନ ଶିଳ୍ପରେ ସୁଧାର ଦେଖିବାକୁ ମିଳିଛି । ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ବେଳେ ବିମାନ ଉଡାଣ ମଧ୍ୟ ବଢୁଛି । ଏହି କ୍ରମରେ ସେପ୍ଟେମ୍ବରରେ ଘରୋଇ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ସୁଧାର ଜାରି ରହିଛି । ମାସିକ ଆଧାରରେ ଅଗଷ୍ଟ ତୁଳନାରେ ଏଥିରେ 37ରୁ 39 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।
ରେଟିଂ ଏଜେନ୍ସି ଇକ୍ରା ଅନୁସାରେ, ଯଦିଓ ବାର୍ଷିକ ଆଧାରରେ ସେପ୍ଟେମ୍ବରରେ ଘରୋଇ ଯାତ୍ରୀଙ୍କ ସଂଖ୍ୟାରେ ପାଖାପାଖୀ 60 ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି ।
ଇକ୍ରା ଅନୁସାରେ ଘରୋଇ ବିମାନ କମ୍ପାନୀ ମଧ୍ୟ ନିଜ କ୍ଷମତାର ବିସ୍ତାର କରିଛି । ସେପ୍ଟେମ୍ବରରେ କମ୍ପାନୀ ପ୍ରାୟ 46 ପ୍ରତିଶତ କ୍ଷମତା ସହ କାମ କରିଛି । ଯାହାକି ଅଗଷ୍ଟରେ 33 ପ୍ରତିଶତ ଥିଲା । ବେସମାରିକ ବିମାନ ମନ୍ତ୍ରାଳୟ ଜୁନରେ କମ୍ପାନୀକୁ ସେମାନଙ୍କ କ୍ଷମତା 45 ପ୍ରତିଶତ ପର୍ଯ୍ୟନ୍ତ ବଢାଇବାକୁ ଅନୁମତି ଦେଇଥିଲା । ଏହା ଜୁନ 27ରୁ କାର୍ଯ୍ୟକାରୀ ହୋଇଥିଲା । ଏହା ପରେ ସେପ୍ଟେମ୍ବର 2ରେ ଏହାକୁ ସମ୍ପ୍ରସାରିତ କରି 60 ପ୍ରତିଶତ କରିଦିଆଯାଇଥିଲା ।